fbpx

୨୬ରୁ ନବମ ଶ୍ରେଣୀର ‘ସମିଟିଭ୍‌ ଆସେସମେଣ୍ଟ-୧’ ପରୀକ୍ଷା, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଇଁ ଗାଇଡ଼ଲାଇନ୍ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଚଳିତମାସ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା (ସମିଟିଭ୍‌ ଆସେସମେଣ୍ଟ-୧)କରାଇବା ପାଇଁ ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସମ୍ପାଦକ ଗୁରୁବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଗାଇଡଲାଇନ୍‌ ଜାରି କରିଛନ୍ତି । ଏନେଇ ସେ ଆବଶ୍ୟକ ଗାଇଡଲାଇନ୍‌ ମଧ୍ୟ ଜାରି କରିଛନ୍ତି । ପରୀକ୍ଷା ସମ୍ପାଦନବେଳେ କୋଭିଡ୍‌ ଗାଇଡଲାଇନକୁ ମଧ୍ୟ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ବୋର୍ଡ କର୍ତ୍ତୃକ୍ଷ କହିଛନ୍ତି ଯେ, ଆସନ୍ତା ୨୩ତାରିଖ ସୁଦ୍ଧା ବୋର୍ଡ ଦ୍ୱାରା ସମସ୍ତ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ପରୀକ୍ଷା ସାମଗ୍ରୀ ପହଞ୍ଚାଇ ଦିଆଯିବ । ସ୍କୁଲଗୁଡ଼ିକ ଯେଭଳି ୨୪ତାରିଖରେ ନୋଡାଲ କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଓ ପରୀକ୍ଷା ସାମଗ୍ରୀ ନେବେ ତାହା ସୁନିଶ୍ଚିତ କରାଇବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.