fbpx

ଆଜି ଦ୍ୱିତୀୟ ଟି-୨୦: ରାଞ୍ଚିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଭାରତ, ସିରିଜ କବଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

ରାଞ୍ଚି(ଝାଡଖଣ୍ଡ): ବୁଧବାର ଦିନ ରାଜସ୍ଥାନର ଜୟପୁର ସ୍ଥିତ ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟୀ ହୋଇ ୧-୦ରେ ଅଗଣୀ ହୋଇଛି । ଆଉ ଗୋଟିଏ ମ୍ୟାଚ ଜିତିଲେ ସିରିଜ ବିଜୟୀ ହେବ । ତେଣୁ ଏଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ପୁଣି ସଫଳ ହେବା ଲକ୍ଷ୍ୟ ରଖଛି ଭାରତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ନୂଆ କୋଚ ରାହୁଲ ଦ୍ରାବିଡ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏହି ସିରିଜର ଯଥେଷ୍ଟ ଗୁରୁତ୍ୱ ରହିଛି ।କାରଣ ସିରିଜ ବିଜୟରୁ ଉଭୟ ସେମାନଙ୍କର ନୂଆ ଇନିଂସ ଆରମ୍ଭ କରିବା ନିଶ୍ଚିତ ଅଧିକ ଖୁସିର ବିଷୟ ହେବ । କାରଣ ଆଗକୁ ଆହୁରି ଅନେକ ଚାଲେଞ୍ଜ ଆସୁଛି । ତେଣୁ ଏହି ସିରିଜ ବିଜୟୀ ହେଲେ ଅଧିକ ଉତ୍ସାହି ହୋଇ ପାରିବେ ।

ତେବେ ଭାରତ ବୁଧବାର ପ୍ରଥମ ଟି-୨୦ରେ ବିଜୟୀ ହୋଇ ଥିଲେ ହେଁ ମିଡିଲ ଅର୍ଡର ବ୍ୟାଟିଂ ଅଦୌ ଭଲ ନ ଥିଲା । କାରଣ ଏହି ପର୍ଯ୍ୟାୟରେ ସମସ୍ତ ବ୍ୟାଟର ସ୍ୱଳ୍ପ ରନ କରି ପ୍ୟାଭିଲିୟନ ଫେରିଥିଲେ । ତେଣୁ ଆଗାମୀ ମ୍ୟାଚରେ ଏଥିପ୍ତିୀ ଅଧିକ ଧ୍ୟାନ ଦେବାକୁ ପଡିବ । ଅବଶ୍ୟ ଖୁସିର ବିଷୟ ହେଲା ଯେ କୋହଲି ଏହି ସିରିଜ ଖେଳୁ ନ ଥିବା ବେଳେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରି ପ୍ରଥମ ମ୍ୟାଚରେ ସଫଳ ହୋଇଛନ୍ତି । ତେବେ ମିଡିଲ ଅର୍ଡରରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟାର ଓ ଭେଙ୍କଟେଶ ଆୟାର ଦଳ ପାଇଁ ବଡ ଇନିଂସ ଖେଳିବା ଅତ୍ୟନ୍ତ ଜରୁରୀ ।

Get real time updates directly on you device, subscribe now.