fbpx

ଆସନ୍ତା ୨୩ରୁ ଅନୁଗୁଳରେ ଚାଲିବ ବାୟୁସେନାର ନିଯୁକ୍ତି ରାଲି, ଜାଣନ୍ତୁ ଆଶାୟୀ କେମିତି ନେବେ ଭାଗ

ଅନୁଗୁଳ, ୪ା୯(ଓଡ଼ିଶା ଭାସ୍କର): ଅନୁଗୁଳର ପିଟିସି ପଡ଼ିଆରେ ଆସନ୍ତା ୨୩ ରୁ ଅକ୍ଟୋବର ୪ ତାରିଖ ଯାଏଁ ଭାରତୀୟ ବାୟୁସେନା ପକ୍ଷରୁ ଏକ ନିଯୁକ୍ତିି ରାଲି କରାଯିବ । ଏଥିରେ ରାଜ୍ୟର ୩୦ ଜିଲ୍ଲାର ଆଶାୟୀ ଭାଗ ନେଇପାରିବେ ବୋଲି ସୂଚନା ମିଳିଛି । ଏହି ରାଲି କିପରି ଠିକରେ ହେବ ସେନେଇ ଜିଲ୍ଳାପାଳ ଏକ ବୈଠକ କରିଥିଲେ । ଏହି ନିଯୁକ୍ତି ରାଲି ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୨୩ରୁ ଆରମ୍ଭ ହୋଇ ୨୬ରେ ସରିବ । ସେହିପରି ଦ୍ୱୀତିୟରେ ୨୮ରୁ ଅକ୍ଟୋବର ୧ ଓ ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୩ ଓ ୪ ତାରିଖ ପର୍ଯ୍ୟନ୍ତ ହେବ ।

ସେହିପରି ଏହି ରାଲିରେ ଭାଗ ନେବାକୁ ହେଲେ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ରେଜିଷ୍ଟ୍ରସନ କରିବା ନେଇ ସୁବିଧା ରହିଛି । ଏହାସହ ଏହି ରାଲିରେ ସମସ୍ତ କୋଭିଡ଼ ନିୟମ ପାଳନ କରାଯିବ । ସମସ୍ତ ପ୍ରତଯୋଗୀଙ୍କ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ରହିବାଠାରୁ ଆରମ୍ଭ କରି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ପିଲା ଓ କର୍ମକର୍ତ୍ତା ରହୁ୍ଥିବା କୋଠରୀ ଓ ପରୀକ୍ଷା କେନ୍ଦ୍ର ବିଶୋଧନ କରାଯିବ । ସମସ୍ତେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.