ଇରାନ ଏୟାର ସ୍ପେଶ୍ ବନ୍ଦ ଯୋଗୁଁ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ

ଇରାନ ଏୟାର ସ୍ପେଶ୍ ବନ୍ଦ ଯୋଗୁଁ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକାଧିକ ବିମାନର ଗତିପଥ ବଦଳାଇଲା ଏୟାର ଇଣ୍ଡିଆ ।

ନୂଆଦିଲ୍ଲୀ: ଇରାନ ଏୟାର ସ୍ପେଶ୍ ବନ୍ଦ ଯୋଗୁଁ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକାଧିକ ବିମାନର ଗତିପଥ ବଦଳାଇଲା ଏୟାର ଇଣ୍ଡିଆ । ଆଉ କିଛି ବିମାନକୁ ଫେରିଆସିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ଅପ୍ରତ୍ୟାଶିତ ବାଧା ଯୋଗୁଁ ହୋଇଥିବା ଅସୁବିଧା ପାଇଁ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରିଛି। ଏୟାର ଇଣ୍ଡିଆ ଏହି ଅସୁବିଧାକୁ କମ କରିବାକୁ କଠିନ ପରିଶ୍ରମ କରୁଛି । ତେବେ ଯାତ୍ରୀମାନଙ୍କ ପାଇଁ ରହିବା ବ୍ୟବସ୍ଥା, ଟଙ୍କା ରିଫଣ୍ଡ କିମ୍ବା ମାଗଣା ପୁନଃନିର୍ଦ୍ଧାରିତ କରିବା ଏବଂ ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବ ବୋଲି ଏୟାର ଇଣ୍ଡିଆ କହିଛି। ଏହା ସହ ଏୟାର ଇଣ୍ଡିଆର, ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ଏୟାର ଇଣ୍ଡିଆ କହିଛି ।