fbpx

Air India-Boeing Deal: ଆମେରିକା ଠାରୁ ୨୨୦ଟି ବୋଇଂ ବିମାନ କିଣିବ ଏୟାର ଇଣ୍ଡିଆ

Advertisement

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଖୁବଶୀଘ୍ର ଆମେରିକାଠାରୁ ୨୨୦ଟି ବୋଇଂ ବିମାନ କିଣିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଏନେଇ ଚୁକ୍ତି ସ୍ୱାକ୍ଷର କରିବା ଅବସରରେ ପ୍ରଶଂସା କରିବା ସହିତ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ଏୟାର ଇଣ୍ଡିଆ ୩୪ ଅରବ ଡଲାର ବ୍ୟୟ କରି ୨୨୦ଟି ବୋଇଂ ବିମାନ କିଣିବା ନେଇ ଚୁକ୍ତି ସ୍ୱାକ୍ଷର କରିଛି । ଏଥିସହିତ ଆଉ ୭୦ଟି ବିମାନ କିଣିବା ନେଇ ବିକଳ୍ପ ରହିବ । ଏପରି ଭାବେ ମୋଟ ୪୫.୯ ଅବର ଡଲାର ଖର୍ଚ୍ଚ ହେବ ।

ଏହି ଅବସରରେ ବାଇଡେନ କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ଆମେରିକା ବିଶ୍ୱର ନେତୃତ୍ୱ ନେଇପାରିବ ଓ ନେବ । ଏୟାର ଇଣ୍ଡିଆ ଓ ବୋଇଂ ମଧ୍ୟରେ ଆଜି ଏକ ଐତିହାସିକ ବୁଝାମଣା ସ୍ୱାକ୍ଷର ହୋଇଛି । ଏହା ମାଧ୍ୟମରେ ୨୦୦ରୁ ଅଧିକ ଆମେରିକୀୟ ନିର୍ମାଣ ବିମାନ କିଣାଯିବା ନେଇ ଘୋଷଣା କରିବାକୁ ଗର୍ବ ଅନୁଭବ ହେଉଛି । ଏହି ବିମାନ ଚୁକ୍ତି ୪୪ଟି ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଚାକିରିକୁ ସମର୍ଥନ କରିବ ଓ ଅନେକଙ୍କ ପାଇଁ ୪ ବର୍ଷର କଲେଜ ଡିଗ୍ରୀର ଆବଶ୍ୟକତା ପଡ଼ିବନି ।

ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଶି ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି ସେ ଆଶା କରୁଛନ୍ତି ବୋଲି ବାଇଡେନ କହିଥିଲେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଆଜି ଫ୍ରାନ୍ସର ଏୟାରବସଠାରୁ ୨୫୦ଟି ବିମାନ କିଣିବାକୁ ଏୟାର ଇଣ୍ଡିଆ ଚୁକ୍ତି ସ୍ୱାକ୍ଷର କରିଥିଲା । ଟାଟା ଗ୍ରୁପର ମୂଳ କମ୍ପାନୀ ଏୟାରଲାଇନ ଏୟାରବସଠାରୁ ୪୦ଟି ବଡ଼ ଆକାରର ଏ୩୫୦ ଓ ୨୧୦ଟି ଛୋଟ ଆକାରର ବିମାନ କିଣିବାକୁ ଡିଲ୍ କରିଛି ।

Get real time updates directly on you device, subscribe now.