fbpx

ଭାଲେଣ୍ଟାଇନ୍ସ ଡେ’ରେ ପୁନର୍ବାର ବିବାହ କଲେ ହାର୍ଦ୍ଦିକ-ନତାଶା, ରୋମାଣ୍ଟିକ ଫଟୋ ସେୟାର କରି ଏପରି ଲେଖିଲେ

Advertisement

ନୁଆଦିଲ୍ଲୀ: ଭାଲେଣ୍ଟାଇନ୍ ଡେ’ରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା। ପୁର୍ବରୁ ୨୦୨୦ରେ ହାର୍ଦିକ ନାତାଶାଙ୍କୁ କୋର୍ଟ ମ୍ୟାରେଜ କରିଥିଲେ। କିନ୍ତୁ ବର୍ତ୍ତମାନ ଦୁହେଁ ଏବେ ପୁନର୍ବାର ମହା ଆଡ଼ମ୍ବରରେ ବିବାହ କରିଛନ୍ତି। ବର୍ତ୍ତମାନ ଦୁହିଁଙ୍କର ଗୋଟିଏ ପୁଅ ମଧ୍ୟ ରହିଛି।

ଏହି ବିବାହରେ ନତାଶା ଧଳା ପୋଷାକ ଏବଂ ହାର୍ଦିକ ସୁଟରେ ଦେଖାଦେଇଥିଲେ। ଏହି ସମୟରେ ହାର୍ଦ୍ଦିକ-ନତାଶାଙ୍କ ସହ କ୍ରୁନାଲ ପାଣ୍ଡ୍ୟା ଏବଂ ପଙ୍କୁଡ଼ି ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ହାର୍ଦ୍ଦିକ ଏବଂ ନତାଶା ମଧ୍ୟ ଏକ ଫଟୋସୁଟ କରିଥିଲେ।

ଏହି ଫଟୋ ଦେଖି ଜଣା ପଡୁଛି ଯେ, ଉଭୟେ ଖ୍ରୀଷ୍ଟିଆନ ଧର୍ମ ଅନୁଯାୟୀ ବିବାହ କରିଥିଲେ। ସୋସିଆଲ ମିଡିଆରେ ଫଟୋ ସେୟାର କରି ହାର୍ଦ୍ଦିକ ଲେଖିଛନ୍ତି-‘ତିନି ବର୍ଷ ପୂର୍ବେ ନିଆଯାଇଥିବା ଶପଥକୁ ଦୋହରାଇ ଆମେ ଏହି ପ୍ରେମ ଦ୍ୱୀପରେ ଭାଲେଣ୍ଟାଇନ୍ସ ଡେ ପାଳନ କରିଲୁ। ଏହି ସମୟରେ ଆମର ପ୍ରେମ ଏବଂ ଉତ୍ସବ ପାଳନ କରିବାକୁ ଆମ ପରିବାର ଏବଂ ସାଙ୍ଗମାନେ ଆମ ସହିତ ରହିଥିବାରୁ ଆମେ ପ୍ରକୃତରେ ଆଶୀର୍ବାଦପ୍ରାପ୍ତ ଅନୁଭବ କରୁଛୁ।’

Get real time updates directly on you device, subscribe now.