fbpx
BJD SKY
BJD SKY

Air India ରେ ଚାକିରିର ଭଲ ସୁଯୋଗ: ବିନା ପରୀକ୍ଷାରେ ଏହି ପଦରେ ପାଇପାରିବେ ନିଯୁକ୍ତି, ଜାଣନ୍ତୁ ଅଧିକ

BJD

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ଖବର । କାରଣ ଏୟାର ଇଣ୍ଡିଆରେ ଏଆଇ ଏୟାରପୋର୍ଟ ସର୍ଭିସ୍ ଲିମିଟେଡ ଅପୁଯାୟୀ ଆପ୍ରେଣ୍ଟିସ୍/ କଷ୍ଟମର ଏଜେଣ୍ଟ, ୟୁଟିଲିଟି ଏଜେଣ୍ଟ ଭଳି ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି କୋଲକାତା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ଏବଂ ଲକ୍ଷ୍ନୌ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ କରାଯିବ । ସମୁଦାୟ ୬୫୮ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି ।

ଏୟାର ଇଣ୍ଡିଆ ଏଆଇଏଏସଲ ରିକ୍ରୁଟମେଣ୍ଟ ୨୦୨୨ ର ଜରୁରୀ ତାରିଖ:

କୋଲକାତା ଏୟାରପୋର୍ଟ ପାଇଁ ଆବେଦନ କରିବାର ଶେଷ ତାରିଖ: ୨୨ ଏପ୍ରିଲ ୨୦୨୨

ଲକ୍ଷ୍ନୌ ଏୟାରପୋର୍ଟ ପାଇଁ ଆବେଦନ କରିବା ପାଇଁ ଶେଷ ତାରିଖ-୨୭ ଏପ୍ରିଲ ୨୦୨୨

ଏୟାରଇଣ୍ଡିଆ ଏଆଇଏଏସଏଲ ରିକ୍ରୁଟମେଣ୍ଟ ପାଇଁ ଖାଲି ପଦବୀ:

କୋଲକାତା ଏୟାରପୋର୍ଟ:

ଟର୍ମିନାଲ୍ ମ୍ୟାନେଜର୍ – 1

ସବ୍। ଟର୍ମିନାଲ୍ ମ୍ୟାନେଜର୍- PAX – 1

ଡ୍ୟୁଟି ମ୍ୟାନେଜର୍-ଟର୍ମିନାଲ୍ – ।।

ଜୁନିଅର ଏଜୁକ୍ୟୁଟିଭ୍-ଟେକ୍ନିକାଲ୍ – ।।

ରାମ୍ପ ସେବା ଏଜେଣ୍ଟ – 12

ୟୁଟିଲିଟି ଏଜେଣ୍ଟ ରାମ୍ପ ଡ୍ରାଇଭର – 96

ଗ୍ରାହକ ଏଜେଣ୍ଟ – 206

ଶିକ୍ଷାର୍ଥୀ / ହ୍ୟାଣ୍ଡମ୍ୟାନ୍ – 277

ଲକ୍ଷ୍ନୌ ଏୟାରପୋର୍ଟ:

ଗ୍ରାହକ ଏଜେଣ୍ଟ – 13

ରାମ୍ପ ସର୍ଭିସ ଏଜେଣ୍ଟ / ୟୁଟିଲିଟି ଏଜେଣ୍ଟ କମ ରାମ୍ପ ଡ୍ରାଇଭର – 15

ହ୍ୟାଣ୍ଡମ୍ୟାନ୍ – 25

ଜୁନିଅର ଏଜୁକ୍ୟୁଟିଭ୍ ଟେକ୍ନିକାଲ୍ – ୧

ଆବେଦନ ଫିସ୍: ଆବେଦନ କରିବା ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ିବ

ତେବେ ଯୋଗ୍ୟତା ଏବଂ ବସୟ ସୀମା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । ଏହାବ୍ୟତୀତ ଆଶାୟୀ ସିଧାସଳଖ ଏହି ଲିଙ୍କ ଦ୍ୱାରା କ୍ଲିକ କରି ଆବେଦନ କରିପାରିବେ

Get real time updates directly on you device, subscribe now.