fbpx

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

କେରଳ, ୮ା୮: କେରଳରେ ଗତକାଲି ଏୟାର ଇଣ୍ଡିଆ ବିମାନର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବିମାନରେ ଥିବା ୧୨୧ ଯାତ୍ରୀ ଆହତ ହୋଇଛନ୍ତି ଓ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଦୁବାଇରୁ ୧୯୧ ଯାତ୍ରୀଙ୍କୁ ନେଇ କୋଝିକୋଡ଼ ବିମାନଟି ଆସୁଥିଲା । ବନ୍ଦେ ଭାରତ ମିସନରେ ପ୍ରବାସୀଙ୍କୁ ନେଇ ବିମାନଟି ଆସୁଥିଲା । ଏହି ଦୁର୍ଘଟଣାରେ ଦୁଇ ଫାଳ ହୋଇଯାଇଛି ଏୟାର ଇଣ୍ଡିଆ ବିମାନ । ସେହି ଘଟଣାସ୍ଥଳରେ ହିଁ ଡ଼ିଜିସିଏ, ଏଏଆଇବି ଓ ଏୟାର ଇଣ୍ଡିଆ ଟିମର ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.