କୋଲକାତା: ଏୟାର ଇଣ୍ଡିଆ ବିମାନରେ ପୁଣିଥରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରୀକ ତ୍ରୁଟି ଦେଖାଯିବା କାରଣରୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ ।
ବାମ ପାଶ୍ୱର୍ ଇଞ୍ଜିନରେ ଦେଖିବାକୁ ମିଳିଥିଲା ଗଡ଼ବଡ଼ି । ଯାହାପରେ ପାଇଲଟ୍ ବିମାନକୁ ଜରୁରୀ ଅବତରଣ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଅହମଦାବାଦ୍ ବିମାନ ଦୁର୍ଘଟଣା ଭଳି ଆଉ ଏକ ଦୁର୍ଘଟଣା ଟଳିଯାଇଥିବା ଆଲୋଚନା ହେଉଛି । ବିମାନଟି ସାନ୍ ଫ୍ରାନସିସ୍କୋରୁ ମୁମ୍ବାଇ ଆସୁଥିଲା ଏୟାର ଇଣ୍ଡିଆ ବିମାନ ।
ଜରୁରୀ ଅବତରଣ ପରେ ବିମାନରୁ ସୁରକ୍ଷିତ ଭାବେ ଯାତ୍ରୀ ଓହ୍ଲାଗଲା ।