fbpx

ବାୟୁ ପ୍ରଦୂଷଣ ମଣିଷକୁ ନଷ୍ଟ କରିଦେବ: ଖରାପ ବାୟୁରେ ରହିଛି ବିଷାକ୍ତ କଣିକା, ଡିପେସନ-ସ୍ମରଣଶକ୍ତି ହ୍ରାସ- ଗମ୍ଭୀର ବୀମାରୀ ବଢ଼ିବ, ଅଧ୍ୟୟନରୁ ଖୁଲାସା

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଲୋକଙ୍କର ଖାଦ୍ୟପେୟ, ଜୀବନଧାରଣର ଶୈଳୀରେ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ଏବେ ସାରା ବିଶ୍ୱରେ ନୂଆ ନୂଆ ରୋଗ ଦେଖିବାକୁ ମିଳୁଛି । ଦିନକୁ ସାରା ବିଶ୍ୱ ସତେ ଯେମିତି ଧ୍ୱଂସମୁହାଁ ହେବାରେ ଲାଗିଛି । ପାଖାପାଖି ୩ ବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଏହା ମଧ୍ୟରେ ବୈଜ୍ଞାନିକମାନେ କରୋନାଠାରୁ ବହୁ ଭୟଙ୍କର ବୀମାରୀର ସନ୍ଧାନ ପାଇଛନ୍ତି । ତେବେ ଏହା ମଧ୍ୟରେ ବାୟୁ ପ୍ରଦୂଷଣକୁ ନେଇ ଏକ ବଡ଼ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି ।

ଆମେରିକାରେ ୬୪ ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ତେବେ ୨୦୦୫ରୁ ୨୦୧୬ ମଧ୍ୟରେ ୯୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୫ ଲକ୍ଷରୁ ଅଧିକ ଲୋକ ଡିପ୍ରେସନର ଶିକାର ହୋଇଥିବା ଜଣାପଡ଼ିଥିଲା । ଦୀର୍ଘ ସମୟ ଧରି ବିଷାକ୍ତ ବାୟୁରେ ରହିବା କାରଣରୁ ସେମାନଙ୍କର ଶରୀରରେ ଏହି ସମସ୍ୟା ଉପୁଜିଥିବା ଦେଖାଦେଇଥିଲା । ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହି ଲକ୍ଷଣ ଦେଖାଦେଇଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ବାୟୁ ପ୍ରଦୂଷଣ କେବଳ ଫୁସଫୁସ ନୁହେଁ, ମଣିଷର ମସ୍ତିଷ୍କ ପାଇଁ ମଧ୍ୟ ବିପଦ ସାଜୁଥିବା ଜଣାପଡ଼ିଛି । ଅଧିକ ସମୟ ଧରି ବିଷାକ୍ତ ବାୟୁ ଗ୍ରହଣ କରିବା ଦ୍ୱାରା ଜଣେ ମାନସିକ ଅବସାଦର ଶିକାର ହୋଇପାରେ । ଖରାପ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଡିପ୍ରେସନର ଲକ୍ଷଣ ଦେଖାଦେଉଛି । ବୟସ୍କଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଅଧିକ ଦେଖାଦେଇଥାଏ । ବାୟୁରେ ଥିବା ଦୂଷିତ କଣିକାର ଅଳ୍ପ ମାତ୍ରା ଶରୀର ମଧ୍ୟକୁ ଗଲେ ମଧ୍ୟ ତାହା ହାନୀକାରକ ହୋଇଥାଏ ।

ଆଜିକାଲି ଟ୍ରାଫିକ ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ, ଧୂଳି ଧୂଆଁ, ନାଇଟ୍ରୋଜେନ ଡାଇଅକ୍ସାଇଡ ଆଦିରେ ବିଷାକ୍ତ କଣିକା ରହିଛି । ତାହା ଯୁବବର୍ଗଙ୍କ ଉପରେ ବେଶି ପ୍ରଭାବ ପକାଉଛି । ଏହା ଅନେକ କ୍ଷେତ୍ରରେ ସ୍ମରଣଶକ୍ତି ହ୍ରାସ ସହିତ ଅନ୍ୟାନ୍ୟ ଗମ୍ଭୀର ବିମାରୀର କାରଣ ସାଜିଥାଏ । ଏପରିକି ଏହା ମୃତ୍ୟୁକୁ ମଧ୍ୟ ଡାକି ଆଣିପାରେ । ସେହିପରି ବ୍ରିଟେନରେ ଦୀର୍ଘ ୧୧ ବର୍ଷ ଧରି ୩.୯ ଲକ୍ଷ ଲୋକଙ୍କ ଉପରେ ଅଧ୍ୟୟନ କରାଯାଇଥିଲା । ବାୟୁର ମାନ ଖରାପ କାରଣରୁ ଲୋକଙ୍କର ମାନସିକ ସ୍ଥିତି ଖରାପ ହେଉଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.