fbpx

Google କରନ୍ତୁ, ଅଦାନୀ ମାମଲାରେ ମୁଁ କିଛି ଭୁଲ୍ କହିନାହିଁ: ନୋଟିସର ଜବାବ ଦେଲେ ରାହୁଲ

Advertisement

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଅଦାନୀ ଝଡ଼କୁ ନେଇ ରାଜନୀତି ସରଗରମ୍ ରହିଛି । ତେବେ ଅଦାନୀ ମାମଲାରେ ନିକଟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅସଂସଦୀୟ ମନ୍ତବ୍ୟ ଦେଇଥିଲେ । ଏହି ମାମଲାରେ ରାହୁଲଙ୍କୁ ଗତକାଲି ଏକ ନୋଟିସ୍ ଜାରି କରାଯାଇଥିଲା । ଆସନ୍ତା ୧୫ ତାରିଖ ସୁଦ୍ଧା ଉକ୍ତ ନୋଟିସର ଜବାବ ରଖିବାକୁ ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା ।

ତେବେ ଆଜି ଉକ୍ତ ନୋଟିସର ଜବାବ ଲୋକସଭାରେ ଦେଇଛନ୍ତି ରାହୁଲ । ସେ କହିଛନ୍ତି । ସେ କହିଛନ୍ତି ଅଦାନୀଙ୍କୁ ନେଇ ସଂସଦରେ ମୁଁ କିଛି ଭୁଲ୍ କହିନାହିଁ । ଲୋକମାନେ ଚାହିଁଲେ ଗୁଗଲ କରିପାରିବେ । କିଛିଦିନ ପୂର୍ବରୁ ମୁଁ ସଦନରେ ମୋଦୀ ଓ ଅନାଦୀଙ୍କୁ ନେଇ ଏକ ଭାଷଣ ଦେଇଥିଲି । ଖୁବ୍ ଶାନ୍ତ ଭାବେ ମୁଁ ନିଜର ମତ ରଖିଥିଲି । କୌଣସି ଖରାପ ଭାଷାର ପ୍ରୟୋଗ କରିନଥିଲି । ମୋ ତରଫରୁ କିଛି ତଥ୍ୟ ମୁଁ ସାମ୍ନାକୁ ଆଣିଥିଲି ।

ମୁଁ କହିଥିଲି ଯେ, ଅଦାନୀ ପିଏମ୍ ମୋଦୀଙ୍କ ସହିତ ବିଦେଶ ଗସ୍ତରେ ଯାଉଛନ୍ତି । ତା’ପରେ ଅଦାନୀଙ୍କୁ କଣ୍ଟ୍ରାକ୍ଟ ମିଳୁଯାଉଛି । ୩୦ ପ୍ରତିଶତ ଏୟାରପୋର୍ଟ ଟ୍ରାଫିକ ଅଦାନୀଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଉଛି । ମୋର ସମ୍ପୂର୍ଣ୍ଣ ଭାଷଣକୁ ଏଡିଟ୍ କରାଯାଇଛି । ଅଦାନୀ ଓ ଅମ୍ବାନୀଙ୍କ ବିଷୟରେ କହିଲେ ପ୍ରଧାନମନ୍ତ୍ରୀଙ୍କ ଅପମାନ ହେଉଛି ଏହା ମୋତେ ଲାଗୁ ନାହିଁ । ସୂଚନାଯୋଗ୍ୟ ଯେ, ରାହୁଲ ହିଣ୍ଡେନବର୍ଗ-ଅଦାନୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବୟାନ ଦେଇଥିଲେ । ଏହାପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ରାହୁଲଙ୍କ ବିରୋଧରେ ବିଶେଷାଧିକାର ପୂର୍ଣ୍ଣ ନୋଟିସ୍ ପଠାଯାଇଥିଲା ।

Get real time updates directly on you device, subscribe now.