fbpx

LIC Policy ଧାରୀଙ୍କୁ ବଡ଼ ଝଟକା! ଏବେ ପଲିସୀ ଉପରେ ମିଳିବନି ଟ୍ୟାକ୍ସ ରିହାତି, ଅର୍ଥମନ୍ତ୍ରୀଙ୍କ ଘୋଷଣା

Advertisement

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପର ଶେୟାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଗୌତମ ଅଦାନୀଙ୍କ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିରୋଧୀ କଂଗ୍ରେସ ଆକ୍ରମଣ କରିବାରେ ଲାଗିଛି । ଏହି ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ ଏଲଆଇସିର ପଲିସୀ ଷ୍ଟାଟସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ପୂର୍ବରୁ କେନ୍ଦ୍ର ସରକାର ଏଲଆଇସି ପଲିସୀ ଧାରୀଙ୍କୁ ମୋଟା ଅଙ୍କର ରିହାତି ଫାଇଦା ଦେଉଥିଲେ । ମାତ୍ର ଏବେ ନିୟମରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ଫଳରେ ଏଲଆଇସି ପଲିସୀ ନେବା ପରେ ଏଣିକି ଗ୍ରାହକଙ୍କୁ ଟ୍ୟାକ୍ସ ପଇଠ କରିବାକୁ ପଡ଼ିବ । ଇନକମ ଟ୍ୟାକ୍ସ ନିୟମ ମୁତାବକ, ଏଲଆଇସିର ପଲିସୀ କିଣିବା ଉପରେ ଟ୍ୟାକ୍ସ ଛାଡ଼ ଫାଇଦା ମିଳିଥାଏ । ଟ୍ୟାକ୍ସ ଛାଡ଼ କାରଣରୁ ହିଁ ବୀମା କମ୍ପାନୀ ବହୁତ ମଜବୁତ ସ୍ଥିତିରେ ରହିଥିଲେ । ଅଧିକାଂଶ ଗ୍ରାହକ କେବଳ ଟ୍ୟାକ୍ସ ବଞ୍ଚାଇବା ପାଇଁ ହିଁ ଏଲଆଇସୀ ପଲିସୀ ନେଇଥାନ୍ତି ।

ଏନେଇ ଏଲଆଇସି ଅଧ୍ୟକ୍ଷ କହିଛନ୍ତି, କମ୍ପାନୀର ମୋଟ ବାର୍ଷିକ ପ୍ରିମିୟର ପାଖାପାଖି ଅଧା ଅଂଶ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ମାସରେ ଆସିଥାଏ । ଆର୍ଥିକ ବର୍ଷର ଶେଷ ସମୟରେ ଲୋକମାନେ ବୀମା ପଲିସୀ କିଣିବାକୁ ଅଧିକ ରୁଚି ରଖିଥାନ୍ତି । ଲୋକମାନେ ବିନା ଭାବିଚିନ୍ତି ନିଜର ଟ୍ୟାକ୍ସ ବଞ୍ଚାଇବା ପାଇଁ ଇନ୍ସ୍ୟୁରାନ୍ସ ପଲିସୀରେ ଅର୍ଥ ଲଗାଇଥାନ୍ତି ।

ସୂଚନାଯୋଗ୍ୟ ଯେ, ବଜେଟ ୨୦୨୩ରେ କେନ୍ଦ୍ର ସରକାର ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ୫ ଲକ୍ଷ ଟଙ୍କାରୁ ଅଧିକ ପ୍ରିମିୟମ ଯୁକ୍ତ ପଲିସୀର ମାଚ୍ୟୁରିଟି ଉପରେ ଏଣିକି ଟ୍ୟକ୍ସ ପ୍ରଦାନ କରିବାକୁ ପଡ଼ିବ । ଅର୍ଥାତ ଏବେ ଯଦି କୌଣସି ବ୍ୟକ୍ତି ଟ୍ୟାକ୍ସ ବଞ୍ଚାଇବା ପାଇଁ ଏଲଆଇସି ପଲିସୀ ନେଉଛନ୍ତି ତେବେ ଆଗାମୀ ଦିନରେ ସେ ଏହାକୁ ନେବା ବନ୍ଦ କରିଦେବେ ।

Get real time updates directly on you device, subscribe now.