fbpx

ଦିଲ୍ଲୀରେ ନିଶ୍ୱାସ ନେବା ମୁସ୍କିଲ, ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

AAKASH

ନୂଆଦିଲ୍ଲୀ : ଦିଲ୍ଲୀର ଅନେକ ସ୍ଥାନରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ରବିବାର ଦିନ ଦୁଇଟି ସ୍ଥାନରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ଥିଲା ।ଜହାଗିରପୁରରେ ବାୟୁର କ୍ୱାଲିଟି ୪୧୨ ଥିଲା । ନେହେରୁ ନଗରରେ ୪୦୩ ଥିଲା । ମୁଣ୍ଡାକା ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଗମ୍ଭୀର ସ୍ଥିତିରେ ଥିଲା । ଏଠାରେ ମଧ୍ୟ ବାୟୁର କ୍ୱାଲିଟି ୩୯୨ ମପା ଯାଇଥିଲା ।

ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ଏହି ପରି ସ୍ଥିତି ରହିବ । ରାଜଧାନୀରେ ରବିବାର ବାୟୁର ଗୁଣବତ୍ତା ୩୨୬ ଥିଲା, ଯାହା ବହୁତ ଖରାପ ଥିଲା । ଶୁକ୍ରବାର ବାୟୁର ଗୁଣବତ୍ତାସୂଚଙ୍କ ୨୬୫ ଏବଂ ଶନିବାର ୩୦୯ ଥିଲା । ଆଗାମୀ ଦିନରେ ପ୍ରଦୂଷଣ ଆହୁରି ବଢିବ । ଆଗାମୀ ୬ ଦିନରେ ପ୍ରଦୂଷଣ ମାତ୍ରା ବହୁତ ଖରାପ ସ୍ଥିତିରେ ରହିବ । ରବିବାର ଦିନ ବାୟୁର ପ୍ରଭାବ ଦକ୍ଷିଣ-ପୂର୍ବ ଏବଂ ଉତ୍ତର ପୂର୍ବ ଦିଗକୁ ଗତି କରିଥିଲା । ତେବେ ପବନର ବେଗ ୪ରୁ ୮ କିଲୋମିଟର ଥିଲା । ତେବେ ପଞ୍ଜାବରେ ଜଳା ଯାଉଥିବା ନଡା ଯୋଗୁ ଏହି ପ୍ରଦୂଷଣ ମାତ୍ରା ବଢିଛି । ତେବେ ଏହା ୧୦ରୁ ୧୫ ପରେ ଏଠାରେ ବାୟୁର ସ୍ଥିତି ଠିକ ହେବ ବୋଲି ଆଶା କରାଯାଉଛି ।

ତେବେ ଏହି କାରଣରୁ ରାଜଧାନୀରେ ଡିଜେଲ ବସ ଚଳା ଚଳ ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଏଠାକୁ କେବଳ ସିଏନଜି, ଇଲେକଟ୍ରି ଏବଂ ବିଏମଏସ ୬ ବସ ଗୁଡିକ ଦିଲ୍ଲୀରେ ପ୍ରବେଶ କରିପାରିବ । ଏହାକୁ ନେଇ ପରିବହନ ବିଭାଗ ସର୍କୁଲାର ଜାରି କରିବ । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଏହା ଛଡା ପଞ୍ଜାବରେ ନଡା ମଧ୍ୟ ଜଳା ହେଉଛି । ତେବେ ଏହାକୁ ନେଇ ଦିଲ୍ଲୀରେ ସରକାର ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Get real time updates directly on you device, subscribe now.