fbpx

ଇଂଲଣ୍ଡ ଉପରେ ଭାରତର ବିଜୟ ପରେ ଫ୍ୟାନ୍ସମାନେ ଗାଇଲେ ‘ବନ୍ଦେ ମାତରମ୍’: ଲାଇଟ୍ ସୋ’ରେ ଚମକି ଉଠିଲା ଷ୍ଟାଡିୟମ୍, ଦେଖନ୍ତୁ Video

Advertisement

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୧୦୦ ରନ୍ ବ୍ୟବଧାନରେ ଜିତିଥିଲା । ୟୁପି ରାଜଧାନୀ ଲଖନଉର ଇକାନା ଷ୍ଟାଡିୟମରେ ୱାନଡେ ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଖେଳାଯାଉଥିଲା । ତେବେ ଭାରତ ଷଷ୍ଠ ବିଜୟ ସହିତ ବିଜୟ ରଥକୁ ଆଗକୁ ନେଇଛି । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୨୩୦ ରନର ଲକ୍ଷ୍ୟ ଦେଇଥିଲା, ଯାହା ପଛରେ ପୁରା ଇଂଲଣ୍ଡ ଦଳ ୧୨୯ ରନ କରି ହାରିଯାଇଥିଲେ । ଏଥି ସହିତ ଏହି ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଥିବା ପ୍ରଶଂସକମାନେ ‘ବନ୍ଦେ ମାତରମ୍’ ଗୀତ ଗାଇଥିଲେ । ଲାଇଟ ସୋ’ରେ ଚମକି ଉଠିଥିଲା ପୁରା ଷ୍ଟାଡିୟମ । ଭିଡିଓ ଦେଖିବା ଏବଂ ଶୁଣିବା ପରେ ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରି ଯିବ ।

ଭିଡିଓ ଭାଇରାଲ ହେବାରେ ଲାଗିଛି :-

ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି । ଭିଡିଓରେ ଏହା ଦେଖାଯାଉଛି ଯେ, ଲୋକମାନେ ନିଜ ଫୋନର ଟର୍ଚ୍ଚ ଦେଖାଉଛନ୍ତି ଏବଂ ବନ୍ଦେ ମାତରମ୍ ଗାଉଛନ୍ତି । ଏଥି ସହିତ, କେତେକ ନିଜ କ୍ୟାମେରାରେ ଏହି ମୁହୂର୍ତ୍ତକୁ କ୍ୟାପଚର କରୁଥିବା ମଧ୍ୟ ଦେଖାଯାଉଛି । କିଛି ଲୋକ ଭିଡିଓରେ ଗ୍ରାଉଣ୍ଡରେ ମଧ୍ୟ ନଜର ଆସିଛନ୍ତି । ଏହି ଭିଡିଓରେ ସମଗ୍ର ପ୍ରଶଂସ ବନ୍ଦେ ମାତରମ ଗୀତ ଗାଉଛନ୍ତି, ଯାହା ଶୁଣିବା ଦ୍ୱାରା ଆପଣଙ୍କ ଭିତରେ ଦେଶପ୍ରେମର ଭାବନା ଜାଗ୍ରତ ହେବ ।

ତେବେ ଏହି ଇକାନା ଷ୍ଟାଡିୟମରେ ୫୦ ହଜାର ଲୋକଙ୍କ ବସିବାର କ୍ଷମତା ଅଛି । ମ୍ୟାଚ୍ ସମୟରେ ଷ୍ଟାଡିୟମର ଲାଇଟ୍ ମଧ୍ୟ ସ୍ୱର ସହିତ ଝଲସିଥିବାର ଦେଖାଯାଉଛଇ । ଭିଡିଓରେ ଉଭୟ ଲାଇଟ୍ ଏବଂ ଭିଡ଼ ଏକତ୍ର ଦେଖାଯାଉଛି ।

ତେବେ ଭାରତର ନିମ୍ନ ସ୍କୋରକୁ ଚେଜ୍ କରିନପାରି ଇଂଲଣ୍ଡ ଲଜ୍ଜାଜନକ ଭାବେ ୧୨୯ ରନରେ ଅଲଆଉଟ୍ ହୋଇ ୧୦୦ ରନ ବ୍ୟବଧାନରେ ପରାସ୍ତ ହୋଇଥିଲା । ଗୋଟିଏ ପଟେ ଟିମ୍ ଇଣ୍ଡିଆର ସେମିଫାଇନାଲ ଏଣ୍ଟ୍ରି ଏକପ୍ରକାର ଫାଇନାଲ ହୋଇଯାଇଥିବା ବେଳେ ଇଂଲଣ୍ଡ ଏହି ରେସରୁ ବାହାର ହୋଇଯାଇଛି ।

ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଏହା ଭାରତର ସବୁଠାରୁ ବୃହତ ବ୍ୟବଧାନରେ ବିଜୟ । ଗତ ୧୯୯୯ ବିଶ୍ୱକପରେ ଭାରତ ଇଂଲଣ୍ଡକୁ ୬୩ ରନରେ ପରାସ୍ତ କରିଥିବା ବେଳେ ୨୦୦୩ରେ ୮୨ ରନରେ ପରାସ୍ତ କରିଥିଲା । ୨୦୦୩ ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଛି । ୨୦୧୧ରେ ମ୍ୟାଚ ଟାଇ ହୋଇଥିବା ବେଳେ ୨୦୧୯ରେ ଇଂଲଣ୍ଡ ଭାରତକୁ ୩୧ ରନରେ ପରାସ୍ତ କରିଥିଲା । ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ମୋଟ ୯ଟି ମ୍ୟାଚ ହୋଇଥିବା ବେଳେ ଭାରତ ୪ଟିରେ ଓ ଇଂଲଣ୍ଡ ୩ଟି ବିଜୟୀ ହୋଇଛି । ମୋଟାମୋଟି ଭାବେ ଦୁଇ ଦେଶ ମଧ୍ୟରେ ୧୦୭ଟି ମ୍ୟାଚ ହୋଇଥିବା ବେଳେ ଭାରତ ୫୭ଟିରେ ଓ ଇଂଲଣ୍ଡ ୪୪ଟିରେ ବିଜୟୀ ହୋଇଛି ।

Get real time updates directly on you device, subscribe now.