fbpx

ମିଆଁମାରରେ ଏୟାର ଷ୍ଟ୍ରାଇକ୍ : ସାଧାରଣ ନାଗରିକଙ୍କ ଉପରେ ବୋମା ମାଡ଼, ୧୦୦ ରୁ ଅଧିକ ମୃତ

ମିଆଁମାର : ମିଆଁମାରରେ ଏକ ଅଭାବନୀୟ ଘଟଣା ଘଟିଛି । ସେନା ହେଲିକପ୍ଟରରୁ ଗୁଳି ଓ ବୋମା ବର୍ଷା କରାଯାଇ ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଛି । ଏଥିରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସାମରିକ ଶାସନ ବିରୋଧରେ ଏକ କାର‌୍ୟ୍ୟକ୍ରମ ପାଇଁ ସାଧାରଣ ନାଗରିକଙ୍କ ଭିଡ଼ ଉପରେ ମିଆଁମାର ସେନା ଏୟାର ଷ୍ଟ୍ରାଇକ୍ କରିଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ପିଲାମାନଙ୍କ ସମେତ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଏହି କାର‌୍ୟ୍ୟକ୍ରମକୁ ସାମରିକ ଶାସନର ବିରୋଧୀମାନେ ଆୟୋଜନ କରିଥିବା କୁହାଯାଉଛି ଏବଂ ଏଥିରେ ସାଧାରଣ ଲୋକ ଉପସ୍ଥିତ ଥିଲେ।ଏହି ଆକ୍ରମଣରେ ୩୦ ଜଣଙ୍କ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି ।

ମିଳିତ ଜାତିସଂଘ ମିଆଁମାରର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ସାମରିକ ଆକ୍ରମଣକୁ ନିନ୍ଦା କରିଛି। ମିଳିତ ଜାତିସଂଘର ମାନବ ଅଧିକାର କମିଶନର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏହି ଖବର ଅତ୍ୟନ୍ତ ନିନ୍ଦନୀୟ । ସେ କହିଛନ୍ତି ଯେ ଏକ ଉଦଘାଟନୀ ସମାରୋହରେ ସାଧାରଣ ନାଗରିକ ଓ ସ୍କୁଲ ପିଲା ନାଚୁଥିବା ସମୟରେ ଏହି ହେଲିକପ୍ଟରୁ ଗୁଳି ଓ ବୋମା ବର୍ଷଣ ହୋଇଛି ।

Get real time updates directly on you device, subscribe now.