fbpx

Airtel ର ବଢ଼ିଆ ଅଫର୍: ପ୍ରିପେଡ ଗ୍ରାହକଙ୍କୁ ମିଳିବ ୫ ଜିବି ମାଗଣା ଡାଟା…

ନୂଆଦିଲ୍ଲୀ: ଟେଲିକମ୍ ଅପରେଟରମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ସମୟରେ ବଢ଼ିଆ ବଢ଼ିଆ ପ୍ଲାନ୍ ଆଣିଥାନ୍ତି । ଏହି କ୍ରମରେ ଦେଶର ଦ୍ୱିତୀୟ ସବୁଠୁ ବଡ଼ ଟେଲିକମ୍ କମ୍ପାନୀ Bharti Airtel ଗ୍ରାହକଙ୍କ ପାଇଁ ଏକ ଭିନ୍ନ ଅଫର ଆଣିଛି । କମ୍ପାନୀ ଗ୍ରାହକଙ୍କୁ ମାଗଣାରେ ୫ ଜିବି ଡାଟା ଦେଉଛି । ଏହି ଡାଟାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ କେବଳ Airtel Thanks App ଡାଉନଲୋଡ୍ କରିବାକୁ ହେବ । ସୂଚନାଯୋଗ୍ୟ, ଏୟାରଟେଲ୍ ଥାଙ୍କସ୍ ଆପ୍ ୟୁଜର୍ସଙ୍କୁ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ୍, UPI ସହ ଅନେକ ବ୍ୟାଙ୍କିଂ ସମ୍ବନ୍ଧୀୟ ସେବା, ଡିଟିଏଚ୍, ମୋବାଇଲ୍ ପ୍ଲାନ୍ ଡିଟେଲ୍ ଭଳି ତମାମ ସୁବିଧା ମିଳିଥାଏ ।

କମ୍ପାନୀ ଗ୍ରାହକଙ୍କୁ ଏହି ଅଫର୍ ରେ ଗ୍ରାହକଙ୍କୁ ୧ ଜିବିର ୫ଟି କୁପନ୍ ଦେଉଛି । ତେବେ ଏହି ଅଫର୍ କେବଳ ନୂଆ ପ୍ରିପେଡ ଗ୍ରାହକଙ୍କୁ ଦିଆଯାଉଛି ଏବଂ ନୂଆ ଗ୍ରାହକ ଏୟାରଟେଲ ଥାଙ୍କସ୍ ଆପ୍ ଦ୍ୱାରା ଏହି କୁପନର ଲାଭ ନେଇପାରିବେ ।

ଆପ୍ ଡାଉନଲୋଡ୍ କରିବା ପରେ ମୋବାଇଲ ନମ୍ବରକୁ ରେଜିଷ୍ଟର କରିବାକୁ ହୋଇଥାଏ । ଏହାପରେ ଆପରେ ମାଇଁ କୁପନ୍ ଜୋନ୍ କୁ ଯାଇ ଫ୍ରି କୁପନକୁ କ୍ଲେମ୍ କରିପାରିବେ । ତେବେ ଏହି ୫ କୁପନକୁ ୯୦ ଦିନ ମଧ୍ୟରେ ରିଡିମ୍ କରିବାକୁ ହେବ । ଏହା ସହ ଆଉ ଏକ ଅଫର ମଧ୍ୟ ରହିଛି ଯେଉଁଥିର ସଫଳ ରେଫରାଲରେ ମଧ୍ୟ ଗ୍ରାହକ ୧୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।

Get real time updates directly on you device, subscribe now.