fbpx

ଆସିଲା ଏୟାରଟେଲର ଶସ୍ତା ରିଚାର୍ଜ ପ୍ଲାନ; ୧୫ରୁ ଅଧିକ ଓଟିଟି ଫ୍ରି, ୫ଜି ଡାଟାର ମଜା ବି ନେଇପାରିବେ

ନୂଆଦିଲ୍ଲୀ:ଶସ୍ତା ରିଚାର୍ଜ ପ୍ଲାନରେ ଜୋରଦାର ଲାଭ ଚାହୁଁଛନ୍ତି କି ? ତେବେ ଏୟାରଟେଲ ପାଖରେ ଆପଣଙ୍କ ଲାଗି ଦମ୍‌ଦାର ଅପ୍ସନ ରହିଛି । କମ୍ପାନୀ ଏହାର ୫୦୦ଟଙ୍କାରୁ କମ୍ କିଛି ପ୍ଲାନରେ ୧୫ରୁ ଅଧିକ ଓଟିଟି ଆପ୍ ଅଫର କରୁଛି । ଅଫର କରାଯାଉଥିବା ଫ୍ରି ଓଟିଟି ଆପ୍ ମଧ୍ୟରେ ସୋନି ଲାଇଭ୍ ମଧ୍ୟ ସାମିଲ ରହିଛି । ଏହା ବ୍ୟତିତ କମ୍ପାନୀର ଏହି ପ୍ଲାନ ୩ ମାସ ଲାଗି ଡିଜନୀ+ହଟ୍‌ଷ୍ଟାର ଫ୍ରି ସବସ୍କ୍ରିପସନ ବି ଅଫର କରିଥାଏ ।

କମ୍ପାନୀର ୩୫୯ ଟଙ୍କା ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୩ଜିବି ପର୍ଯ୍ୟନ୍ତ ଡାଟା ମିଳିବ । ଏହି ପ୍ଲାନ ଫ୍ରି କଲିଂ ଓ ଦୈନିକ ୧୦୦ ମାଗଣା ଏସଏମଏସ୍ ସହ ଆସୁଛି । କମ୍ପାନୀ ଏହି ପ୍ଲାନରେ ଏକ ମାସ ଭ୍ୟାଲିଡିଟି ପ୍ରଦାନ କରୁଛି । ପ୍ଲାନରେ ଇଣ୍ଟରନେଟ୍ ୟୁଜ୍ କରିବା ଲାଗି ଆପଣଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ୫ଜି ନେଟୱାର୍କ ଏରିଆରେ ରହୁଥିବା ୟୁଜର୍ସଙ୍କୁ କମ୍ପାନୀ ଫ୍ରିରେ ଅନଲିମିଟେଡ୍ ୫ଜି ଡାଟା ମଧ୍ୟ ଦେଇଥାଏ । ଏହି ପ୍ଲାନ ସୋନି ଲାଇଭ୍‌, ଏୟାରଟେଲ ଏକ୍ସଟ୍ରିମ୍ ପ୍ଲେ, ଇରୋଜ ନାଓ ପରି ୧୫ରୁ ଅଧିକ ଓଟିଟି ଆପ୍ ଫ୍ରି ସବସ୍କ୍ରିପସନ ସହ ଆସିଥାଏ ।

ସେହିପରି କମ୍ପାନୀର ୩୯୯ ଟଙ୍କିଆ ପ୍ଲାନ ୨୮ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ କମ୍ପାନୀ ଦୈନିକ ୩ଜିବି ଡାଟା ଦେଇଥାଏ । କିନ୍ତୁ ୫ଜି ଏରିଆରେ ଏହା ୟୁଜର୍ସଙ୍କୁ ୫ଜି ଡାଟା ବି ଦେଇଥାଏ । ଏହି ପ୍ଲାନରେ ଏୟାରଟେଲ ଏକ୍ସଟ୍ରିମ୍ ପ୍ଲେ ମଧ୍ୟ ଉପଲବ୍ଧ ଯାହା ୧୫ରୁ ଅଧିକ ଓଟିଟି ଆପ୍ସ ସବସ୍କ୍ରିପସନ ସହ ଆସିଥାଏ ।
କମ୍ପାନୀର ୪୯୯ ଟଙ୍କା ପ୍ଲାନରେ ୨୮ ଦିନ ଭ୍ୟାଲିଡିଟି ସହିତ ପ୍ରତିଦିନ ୩ଜିବି ଡାଟା ମିଳିବ । ୫ଜି ଏରିଆରେ ଏହା ୟୁଜର୍ସଙ୍କୁ ଅନଲିମିଟେଡ୍ ୫ଜି ଡାଟା ବି ଦେଇଥାଏ । ଏହି ପ୍ଲାନରେ ମଧ୍ୟ ୧୫ରୁ ଅଧିକ ଓଟିଟି ଆପ୍ସ ସବସ୍କ୍ରିପସନ ସହ ଆସିଥାଏ । ଏହି ପ୍ଲାନ ୩ ମାସ ଲାଗି ଡିଜନୀ+ହଟ୍‌ଷ୍ଟାର ଫ୍ରି ସବସ୍କ୍ରିପସନ ବି ଅଫର କରିବ ।

Get real time updates directly on you device, subscribe now.