fbpx

(video)ରଶ୍ମିକା, ସାରାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ହେଲେ DeepFakeର ଶିକାର, ଟାଇଗର ୩ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ୍‌

Advertisement

ମୁମ୍ବାଇ: ଡିପଫେକ୍ ଭିଡିଓକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଧରିଛି । ସୋସିଆଲ ମିଡିଆରେ ପ୍ରଥମେ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିଲା । ଏହାପରେ ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଏହି ଡିପଫେକ୍ ଜାଲରେ ଫସିଥିଲେ । ଏହାପରେ ସେଲିବ୍ରିଟିଙ୍କ ସହିତ ସାଧାରଣ ୟୁଜର ମଧ୍ୟ ଡିପଫେକ୍‌କୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏହାରି ମଧ୍ୟରେ ଏବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଡିପଫେକ୍‌ର ଶିକାର ହୋଇଛନ୍ତିି ।

 

View this post on Instagram

 

A post shared by MemeUniverseX (@memeuniversex_)

ଭିଡିଓରେ ଐଶ୍ୱର୍ଯ୍ୟା ସଲମାନ ଖାନ୍‌ଙ୍କ ଫିଲ୍ମ ଟାଇଗର ୩ର ଗୀତ ‘ଲେକେ ପ୍ରଭୁ କା ନାମ୍‌’ରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ପ୍ରଥମେ ଐଶ୍ୱର୍ଯ୍ୟା ଜିନ୍ସ ଓ ଟି ସାର୍ଟରେ ନଜର ଆସୁଛନ୍ତି ଓ ଟ୍ରାନଜିସନ ପରେ ଶାଢୀରେ ନଜର ଆସୁଛନ୍ତି । ଭିଡିଓର ବ୍ୟାକଗ୍ରାଉଣ୍ଡରେ ସଲମାନ ଖାନ୍‌ଙ୍କ ଫିଲ୍ମ ଟାଇଗର ୩ ର ଗୀତ ଲେକେ ପ୍ରଭୁ କା ନାମ ବାଜୁଥିବାର ଶୁଣାଯାଉଛି । ଏହା ଏକ ଡିପଫେକ୍ ଭିଡିଓ ଓ ଭିଡିଓରେ ନଜର ଆସୁଥିବା ମହିଳା ଐଶ୍ୱର୍ଯ୍ୟା ନୁହଁନ୍ତି ।

ଭିଡିଓଟିକୁ ଧ୍ୟାନର ସହ ଦେଖିଲେ ୨ଟି ଜିନିଷ ନଜର ଆସୁଛି । ପ୍ରଥମ ଏଥିରେ ଐଶ୍ୱର୍ଯ୍ୟା ରାୟଙ୍କ ଚେହେରାକୁ ଏଡିଟ୍ କରାଯାଇଛି ଓ ଦ୍ୱିତୀୟ ଭିଡିଓରେ ଡ୍ୟାନ୍ସ ବି ସଲମାନଙ୍କ ଗୀତ ଉପରେ ନୁହେଁ ଅର୍ଥାତ୍ କୌଣସି ଅନ୍ୟ ଗୀତର ଷ୍ଟେପ୍‌ସ୍ ରହିଛି । ଏହି ଭିଡିଓର ବାସ୍ତବତା ପଛରେ ରହିଛନ୍ତି ଅଦିତି ପଣ୍ଡିତ ଯିଏ ଇନଷ୍ଟାଗ୍ରାମରେ ବେଶ୍ ଆକ୍ଟିଭ ରହିଥାନ୍ତି । ରିଅଲ ଭିଡିଓରେ ଅଦିତି, ପ୍ରିୟଙ୍କା ଚୋପ୍ରାଙ୍କ ଗୀତ ଦେଶୀ ଗାର୍ଲରେ ଡ୍ୟାନ୍ସ କରୁଛନ୍ତି ଯାହାକୁ ସେ ଅକ୍ଟୋବର ୧୯ରେ ସେୟାର କରିଥିଲେ ।

Get real time updates directly on you device, subscribe now.