UPSC chairman: UPSC ଅଧ୍ୟକ୍ଷ ନିଯୁକ୍ତ ହେଲେ ଅଜୟ କୁମାର, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ
ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର UPSC ଅଧ୍ୟକ୍ଷ ।
ନୂଆଦିଲ୍ଲୀ: ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ମଙ୍ଗଳବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।
ଏପ୍ରିଲ ୨୯ ତାରିଖରେ ପ୍ରୀତି ସୁଦାନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ UPSC ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା। ଆଦେଶ ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଜୟ କୁମାରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।
୧୯୮୫ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଜୟ କୁମାର ୨୩ ଅଗଷ୍ଟ ୨୦୧୯ ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ପ୍ରତିରକ୍ଷା ସଚିବ ଥିଲେ।ଅଧ୍ୟକ୍ଷଙ୍କ ବ୍ୟତୀତ, UPSCରେ ସର୍ବାଧିକ 10 ଜଣ ସଦସ୍ୟ ରହିପାରିବେ ।
ବର୍ତ୍ତମାନ କମିଶନରେ ଦୁଇଟି ସଦସ୍ୟ ପଦବୀ ଖାଲି ଅଛି । ଏହା ଉଲ୍ଲେଖନୀୟ ଯେ UPSC ଅଧ୍ୟକ୍ଷଙ୍କ ସର୍ବାଧିକ କାର୍ଯ୍ୟକାଳ ଛଅ ବର୍ଷ କିମ୍ବା ତାଙ୍କ ବୟସ 65 ବର୍ଷ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ।
ପୂର୍ବରୁ, ପୂର୍ବତନ ବ୍ୟୁରୋକ୍ରାଟ ଅନୁରାଧା ପ୍ରସାଦ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ସଦସ୍ୟ ଭାବରେ ଶପଥ ନେଇଥିଲେ। ପ୍ରସାଦ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃ-ରାଜ୍ୟ ପରିଷଦ ସଚିବାଳୟର ପୂର୍ବତନ ସଚିବ।
କମିଶନର ବରିଷ୍ଠ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାଜ ଶୁକ୍ଲା (ଅବସରପ୍ରାପ୍ତ) ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ପ୍ରସାଦ ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ୍ ସର୍ଭିସ୍ (IDAS) ର 1986 ବ୍ୟାଚର ।