fbpx

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ

ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ । ସତ୍ୟନଗର ମଶାଣିରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ ସୁଚିସ୍ମିତା । ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ସହ ସତ୍ୟନଗରରେ ବିଦାୟ ଦିଆଯାଇଥିଲା । ଏହାପରେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରାଯାଇଥିଲା । ସେଠାରେ ସିନେ ଓ ନାଟ୍ୟ ଜଗତର ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଓଲିଉଡ଼ ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ପରଲୋକ ଘଟିଥିଲା ।

Get real time updates directly on you device, subscribe now.