fbpx

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼: ସିନ୍ଦେ ସରକାରରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ

AAKASH

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶିବସେନା ପରେ ଏନସିପି ଏବେ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚିଛି । ୧୭ ବିଧାୟକଙ୍କ ସମର୍ଥନ ନେଇ ବିଜେପି ସହିତ ସାମିଲ ହେବା ସହିତ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ଅଜିତ ପାୱାରଙ୍କ ସହ ଛଗନ ଭୁଜବଲ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବାନସୋଡେ ଏବଂ ଅନିଲ ପାଟିଲ ଶପଥ ଗ୍ରହଣ କରିଛନ୍ତି।

କୁହାଯାଉଛି ଯେ, ଏନସିପି ନେତା ଅଜିତ ପାୱାରଙ୍କ ସହିତ ରାଜଭବନରେ ଥିବା କିଛି ବିଧାୟକ, ପାଟନାରେ ବିପକ୍ଷ ଏକତା ବୈଠକରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିବାକୁ ଶରଦ ପାୱାରଙ୍କ ଏକତରଫା ନିଷ୍ପତିକୁ ସେମାନେ ବିରୋଧ କରୁଥିଲେ । କୁହାଯାଉଛି ଯେ ବିଜେପି ଏବଂ ମହାରାଷ୍ଟ୍ର ସରକାର ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ଭାଙ୍ଗିବାକୁ ଚାହୁଁଥିଲେ, କାରଣ ଏହା ସେମାନଙ୍କ ସମ୍ମୁଖରେ ଏକ ବଡ଼ ଆହ୍ବାନ ଥିଲା। ଅଜିତ ପାୱାର ନିକଟରେ କହିଥିଲେ ଯେ ସେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ ଜାରି ରଖିବାକୁ ଚାହୁଁନାହାଁନ୍ତି। ଶରଦ ପାୱାର ପ୍ରଫୁଲ୍ଲ ପଟେଲଙ୍କ ସହ ସୁପ୍ରିୟା ସୁଲେଙ୍କୁ ଏନସିପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବା ପରେ ଅଜିତ ଅସନ୍ତୁଷ୍ଟ ଥିଲେ।

Get real time updates directly on you device, subscribe now.