fbpx
BSKY
BJD YOUTH SKY
BJD MS SKY

ଜେଲ୍ ରୁ ସୁକେଶର ପୁଣି ଏକ ଲେଟର ବମ୍: ଚିଠିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଲଗାଇଲା ଗମ୍ଭୀର ଅଭିଯୋଗ

ନୂୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଳି ଜେଲ୍ ରେ ବନ୍ଦୀ ଥିବା ମହାଠକ ମୁକେଶ ଚନ୍ଦ୍ରଶେଖର ନିଜ ଓକିଲ ମାଧ୍ୟମରେ ପତ୍ର ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛି । ମୁକେଶ ନିଜ ପତ୍ରରେ କେଜ୍ରିୱାଲ ତାଙ୍କ ପରିବାରକୁ ଧମକ ଦେଉଥିବା ନେଇ ଅଭିଯୋଗ କରିଛିି । ଏହା ସହିତ ପତ୍ର ଜରିଆରେ ସେ କେଜ୍ରିୱାଲଙ୍କ ଉପରେ ବହୁ ଗମ୍ଭୀର ଅଭିଯୋଗ ଲଗାଇବା ସହିତ ତାଙ୍କୁ ଧୋକାବାଜ ବୋଲି କହିଛିି ।

ମନି ଲଣ୍ଡ୍ରିଂ ଅଭିଯୋଗରେ ଦିଲ୍ଲୀର ମଣ୍ଡୋଳୀ ଜେଲ୍ ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ନିଜ ଓକିଲ ଜରିଆରେ ପତ୍ର ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିବା ସହ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ବହୁତ କଟୁ ଭାଷାରେ ଗାଳି କରିଛି । ମୁକେଶ କହିଛି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଧୋକାବାଜ କହିଛି । କେଜ୍ରିୱାଲ ତାଙ୍କ ସହଯୋଗୀଙ୍କ ଜରିଆରେ ତାଙ୍କୁ ଓ ତାଙ୍କ ପରିବାରକୁ ଧମକାଉଛନ୍ତି ଓ ସେ କାହାକୁ ଡରୁନି ବୋଲି କହିଛି ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ଯେ ସୁକେଶ ଜେଲ୍ ରୁ ନିଜ ଓକିଲ ଜରିଆରେ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି । ଗତ କିଛି ଦିନ ତଳେ ମୁକେଶ ରେଳମନ୍ତ୍ରୀଙ୍କୁ ବି ପତ୍ର ଲେଖି ଓଡିଶାରେ ରେଳ ଦୁର୍ଘଟଣାରେ ପୀଡିତ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଦେବାକୁ କହିଥିଲା । ପୀଡିତ ପରିବାରର ସହାୟତା ଲାଗି ସେ ୧୦ ଗୋଟି ଆର୍ଥିକ ସହାୟତା ଦେବାକୁ ଚାହୁଁଛି ବୋଲି ପତ୍ରରେ ଉଲ୍ଲେଖ କରିଥିଲା ।

ଜୁଲାଇ ୨୦୨୧ରେ ସୁକେଶ ଜପନା ସିଂହ ନାମ୍ନୀ ଜଣେ ମହିଳାଙ୍କୁ ଲ୍ୟାଣ୍ଡ ଲାଇନ୍ ନମ୍ବରରେ କଲ୍ କରି ନିଜକୁ ନ୍ୟାୟ ସଚିବ ବୋଲି ପରିଚୟ ଦେଇଥିଲା । ତିହାର ଜେଲ୍ ରେ ବନ୍ଦ ଥିବା ଜପନାଙ୍କ ସ୍ୱାମୀ ମାଲବିନ୍ଦର ସିଂହଙ୍କୁ ସୁରକ୍ଷା ଦେବାକୁ କହି ଓ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବାକୁ କହି ସେ ମହିଳାଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଇଥିଲା । ସୁକେଶ ଏହିପରି ବହୁ ଲୋକଙ୍କୁ ମିଛ ପରିଚୟ ଦେଇ କୋଟି କୋଟି ଟଙ୍କା ଠକିଥିଲା । ଏହି ମାମଲାରେ ସୁକେଶ, ତାର ପତ୍ନୀ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ।

Get real time updates directly on you device, subscribe now.