fbpx

ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରେ ଚିନାବାଦାମ : ଜାଣିନିଅନ୍ତୁ ଏହାର ପ୍ରଣାଳୀ

ଭୁବନେଶ୍ୱର : ବର୍ଷା ଓ ଆଦ୍ରତା କାରଣରୁ ମୁହଁ ସାଧାରଣତଃ ମଳିନ ପଡିଯାଏ । ଏପରି ପରିସ୍ଥିତିିରେ ମୁହଁକୁ ଚମକାଇବା ପାଇଁ ଚିନାବାଦାମ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହାର ଫେସପ୍ୟାକ୍ ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ନରମ ମଧ୍ୟ କରିଥାଏ । ବର୍ତ୍ତମାନ ଆପଣ ପାର୍ଲରରେ ଟଙ୍କା ଖର୍ଚ୍ଚ ନକରି ଘରୋଇ ଉପାୟରେ ନିଜ ତ୍ୱଚାକୁ ଚମକାଇ ପାରିବେ । ବାଦାମରେ ଭିଟାମିନ ‘ସି’ ଓ ‘ଇ’ ଭରପୂର ହୋଇରହିଛି । ତେବେ ଏହି ଫେସପ୍ୟାକକୁ ମନସୁମରେ ବେଷ୍ଟ କ୍ଲିଜିଂ ଭାବେ ବ୍ୟବହାର କରି ପାରିବେ । ଏହାସହ ତ୍ୱଚାର କୋଲେଜନ ବଢ଼ାଇ ଦାଗଚିହ୍ନ ଦୂର କରିପାରିବା ।

ଜାଣିନିଅନ୍ତୁ ବାଦାମ ପ୍ୟାକର ପ୍ରସ୍ତୁତୁ ପ୍ରଣାଳୀ :

ବାଦାମ ଓ କ୍ଷୀର : ଏହି ପ୍ୟାକ ସାହାଯ୍ୟରେ ଆପଣ ମୁହଁରୁ ଦାଗ ଦୂରେଇ ପାରିବେ । ଏହି ପ୍ୟାକ ପାଇଁ ୨ଚାମଚ ଚିନାବାଦାମକୁ ଭିଜାଇ ବାଟି ଦିଅନ୍ତୁ । ଏହି ପେଷ୍ଟରେ ୨ ଚାମଚ କ୍ଷୀର ଓ ୩-୪ ଚାମଚ ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୦ ମିନିଟ୍ ପରେ ତାକୁ ଉଷୁମ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ ।

ବାଦାମ ଓ କମଳା : କମଳା ଓ ବାଦାମ ଭିଟାମିନ ସିରେ ଭରପୁର ରହିଥାଏ । ଏହାର ଫେସମାସ୍କ ତ୍ୱଚାର ପୋର୍ସକୁ ସଫା କରି ନରମ ଓ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରେ । ଏହି ମାସ୍କକୁ ପ୍ରସ୍ତୁତ କରିବା ପାଇଁ ୨ଟି କମଳା ସହ ବାଦାମକୁ ବାଟି ପେଷ୍ଟ ତିଆରି ସେଥିରେ ୪ ଚାମଚ କ୍ଷୀର ମିଶାଇ ତ୍ୱଚାରେ ଲଗାନ୍ତୁ । ୨୦ ମିନିଟ୍ ପରେ ଗରମ ପାଣିରେ ଧୋଇବା ଦ୍ୱାରା ଚେହେରା ଚମକିଥାଏ ।

ବାଦାମ ଓ କଦଳୀ : ଏହାର ଫେସମାସ୍କ ପ୍ରସ୍ତୁତ କରିବା ପାଇଁ ୨ଟି କଦଳି ଚକଟି ନିଅନ୍ତୁ । ସେଥିରେ ୨ ଚାମଚ ପିନଟ ବଟର ମିଶାଇ ମୁହଁରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ରଖି ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ । ଏଭଳି ସପ୍ତାହକୁ ୨ଥର କରିବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯିବ ।

Get real time updates directly on you device, subscribe now.