fbpx
BSKY
BJD YOUTH SKY
BJD MS SKY

୪ ଜୁଲାଇରୁ ପବିତ୍ର ଶ୍ରାବଣ ମାସ , ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ

ନୂଆଦିଲ୍ଲୀ: ୪ ଜୁଲାଇରୁ ଶ୍ରାବଣ ମାସ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବ । ପବିତ୍ର ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ବିହାରର ଭାଗଲପୁର ରେଲୱେ ଷ୍ଟେସନରେ ନନ୍ ଭେଜ୍ ଖାଦ୍ୟ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହି ସମୟରେ କେବଳ ଶାକାହାରୀ ଭୋଜନ ପରସା ଯିବ । ଭାଗଲପୁର ଫୁଡ୍ ସର୍ଭିସ୍ ଷ୍ଟଲ ମ୍ୟାନେଜର ପଙ୍କଜ କୁମାର କହିଛନ୍ତି ଶ୍ରାବଣ ମାସରେ କୌଣସି ଖାଦ୍ୟରେ ପିଆଜ କି ରସୁଣ ନ ମିଶାଯିବା ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ (ଆଇଆର୍ସିଟିସି) ଶ୍ରାବଣରେ ଖାଦ୍ୟପେୟରେ ଫଳକୁ ଅଧିକ ଗୁରୁତ୍ୱ ଦେବ । ଶ୍ରାବଣ ମାସ ୩୧ ଅଗଷ୍ଟରେ ସରିବ ଯେଉଁଥିରେ ୮ ସୋମବାର ରହିଛି । ଏପରି ସ୍ଥିତିରେ ଶ୍ରାବଣ ମାସରେ ଖାଦ୍ୟପେୟକୁ ନେଇ ଯାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ (ଆଇଆର୍ସିଟିସି) ଏହା ଉପରେ ବିଶେଷ ଧ୍ୟାନ ରଖିବ ।

ଷ୍ଟେସନରେ ଯାତ୍ରୀଙ୍କୁ ସାତ୍ତ୍ୱିକ ଭୋଜନ ପରଷା ଯିବା ଲାଗି ସଂପୂର୍ଣ୍ଣ ବ୍ୟବସ୍ଥା କରାଯିବ । ୩ ଜୁଲାଇ ରାତିରୁ ହିଁ ଭାଗଲପୁର ଫୁଡ୍ ପ୍ଲାଜାରେ ନନ୍ ଭେଜ୍ ଖାଦ୍ୟ ମିଳିବା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ । ଭାଗଲପୁର ଆଇଆର୍ସିଟିସିର ଶାକାହାରୀ ଭୋଜନରେ ରହିବ ଭାତ, ଡାଲି,ରୁଟି ପନିର, ପନିପରିବା ତରକାରୀ ଓ ସାଲାଡ ।

Get real time updates directly on you device, subscribe now.