fbpx

(Video)ପ୍ରଚଣ୍ଡ ଖରାରେ ତେଲ ଗରମ କରି ଭାଜିଲେ ମାଛ, ଯୁବତୀଙ୍କ ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

AAKASH

ଓଡ଼ିଶା ଭାସ୍କର: ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ଏପରି ସ୍ଥିତିରେ ଦ୍ୱିପ୍ରହର ସମୟରେ ବାହାରକୁ ବାହାରିବା ନିଆଁ ଗୁଳା ଉପରେ ଚାଲିବା ପରି ଅନୁଭବ ହେଉଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଇଣ୍ଟରନେଟ୍ ଦୁନିଆରେ ଉଷ୍ମତାକୁ ବଢାଇ ଦେଇଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବତୀ ପ୍ରଚଣ୍ଡ ଖରାରେ ତେଲ ଗରମ କରି ସେଥିରେ ମାଛ ପକାଇ ଭାଜୁଛନ୍ତି ।

 

View this post on Instagram

 

A post shared by suman majumder (@foodiesuman1)

ରେଲୱେ ଟ୍ରାକ୍ କଡରେ ପଥର ଉପରେ ଏକ ଫ୍ରାଇଂ ପ୍ୟାନ୍ ରଖାଯାଇଥିବାର ନଜର ଆସୁଛି । ଏଥିରେ ତେଲ ବି ପଡିଛି । ଜଣେ ଯୁବତୀ ହାତରେ ଏକ ପ୍ଲେଟ୍ ଧରି ଆସୁଛନ୍ତି ଯେଉଁଥିରେ ଏକ ମାଛ ଅଛି । ସେ ଏହି ମାଛକୁ ଫ୍ରାଇଂ ପ୍ୟାନରେ ପକାଇ ଦେଉଛନ୍ତି ଓ ତାହାକୁ ଲେଉଟାଇ ଭାଜୁଛନ୍ତି । ଏହା ସୂଚୀତ କରୁଛି କି ଭୟଙ୍କର ତାତି କାରଣରୁ ତେଲ ତାତି ଯାଉଥିବା ବେଳେ ମାଛ ବି ଭାଜି ହୋଇଯାଉଛି । ଏହି ଯୁବତୀଙ୍କ ନାମ ଉର୍ମୀ ବୋଲି ଜଣାପଡିଥିବା ବେଳେ ଭିଡିଓଟି ପଶ୍ଚିମବଙ୍ଗର ବୋଲି କୁହାଯାଉଛି । କାରଣ ଯୁବତୀ ବଙ୍ଗାଳି ଭାଷାରେ କଥା ହେଉଛନ୍ତି ।

Get real time updates directly on you device, subscribe now.