fbpx

ବେଲ ରସ ସେବନ କରନ୍ତୁ : ଉଭେଇ ଯିବ ଅନେକ ରୋଗ

AAKASH

ଓଡିଶା ଭାସ୍କର: ଗ୍ରୀଷ୍ମ ସମୟରେ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆପଣ ଅନେକ ଫଳକୁ ଖାଇଥାନ୍ତି, ଯାହା ଆପଣଙ୍କର ଶରୀରକୁ ଥଣ୍ଡା ରଖିବା ସହ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଆଜି ଆମେ ଯେଉଁ ଫଳର କଥା କହିବାକୁ ଯାଉଛୁ ତାହା ଦେହ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବେଲ ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ସହଜରେ ମିଳିଯାଇଥାଏ । ବେଲର ସରବତ ବା ରସକୁ ପିଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଆପଣ ଜାଣନ୍ତି କି, କେବଳ ବେଲ ଫଳ ନୁହେଁ ଏହି ବୃକ୍ଷର ପତ୍ର ମଧ୍ୟ ଅନେକ ଔଷଧୀୟ କାର୍ଯ୍ୟରେ ଲାଗିଥାଏ ।

ଶରୀରକୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ଲାଗି ବେଲ ଫଳର ରସ ପିଇବା ଅତ୍ୟନ୍ତ ଲାଭଦାୟକ ଅଟେ । କେବଳ ଏତିକି ନୁହେଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଭାରତୀୟ ସଂସ୍କୃତି ପରମ୍ପରାରେ ବେଲ ପତ୍ରକୁ ପରମ ପବିତ୍ର ବୋଲି ମନାଯାଇଥାଏ । ଏହା ଦେବଦେବ ମହାଦେବଙ୍କୁ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କ ମନବାଞ୍ଛା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଇଥାଏ । ବୋଲ ପତ୍ରରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହା ଖାଇବା ଦ୍ୱାରା ଅନେକ ରୋଗରୁ ଆରାମ ମିଳିଥାଏ ।
ସେହିପରି ବେଲ ରସ ପିଇବା ଦ୍ୱାରା ଏହା କେବଳ ଶରାରକୁ ଥଣ୍ଡା ରଖେ ନାହିଁ । ଏହା ଆପଣଙ୍କର ଶରୀରକୁ ମାତ୍ରାଧିକ ଉତ୍ତାପରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ । ଫିଟନେସ ବିଶେଷଜ୍ଞଙ୍କ କହିବା ଅନୁସାରେ, ବେଲପଣା ପିିଇବା ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ପିଇବା ଦ୍ୱାରା ହାର୍ଟ ଆର୍ଟାକ ଓ ହାର୍ଟ ଜନିତ କୌଣସି ସମସ୍ୟା ଦୂର ହୋଇଥାଏ । ଏଥିରେ ରହିଥିବା ଆଣ୍ଟିଅକ୍ସିôଡାଣ୍ଟ ଗୁଣ ହାର୍ଟ ଏବଂ ବ୍ଲଡ ପ୍ରେସର ଜନିତ ସମସ୍ୟା ହ୍ରାସ କରିବାରେ ସହାୟକ ହୋଇଥାଏ ।

ଆୟୁର୍ବେଦିକ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ରୋଗୀ ବେଲପତ୍ର ଖାଇବା ନିହାତି ଆବଶ୍ୟକ । ଯେଉଁମାନଙ୍କର କୋଷ୍ଠକାଠିନ୍ୟ ବା ଗ୍ୟାସ ସମସ୍ୟା ରହିଛି ସେମାେ ବେଲ ପତ୍ର ଖାଇବା ଉଚିତ । ରୋଗ ପ୍ରତିରୋଧକ ଶକ୍ତି ଏବଂ ରକ୍ତକୁ ପରିଷ୍କାର କରିବାର ଶକ୍ତି ଏହି ବେଲ ପତ୍ରରେ ଥାଏ । ବେଲ ରସ ପିଇବା ଦ୍ୱାରା ଏହା ଶରୀରକୁ ଶୀତଳ ପ୍ରଦାନ କରିବା ସହ ସୂର୍ଯ୍ୟଙ୍କର ପ୍ରଚଣ୍ଡ ତାପରୁ ଚର୍ମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏଥିରେ ରହିଥିବା ଭିଟାମିନ-ସି, ବିଟା କାରୋଟିିନ, ଥିଏମାଇନ, ରାଇବୋଫ୍ଲୋବିନ ଭଳି ଅନେକ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି । ଆପଣମାନେ ଏହାର ସେବନ କରି ଭୀଷଣ ଖରାରୁ ରକ୍ଷା ପାଇପାରିବେ ।

Get real time updates directly on you device, subscribe now.