fbpx

ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଅଜିତ୍ ହେଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦ ।୧୨: ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ଓ ଶିବସେନା ମେଣ୍ଟ ସରକାରର ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ ହୋଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଏନସିପିର ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି । ଫଡନବିସ ସରକାରରେ ବି କିଛି ଘଣ୍ଟା ପାଇଁ ଉପମୁଖ୍ୟମନ୍ତ୍ରୀ ଥିଲେ ଅଜିତ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରତି ଦଳରୁ ୨ ଲେଖାଏଁ କରି ୭ ଜଣ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ଆଜି ଶିବସେନାର, ଏନସିପି ଓ କଂଗ୍ରେସର ଆଉ ୩୫ ଜଣ ମନ୍ତ୍ରୀ ଆଜି ଶପଥ ନେଉଛନ୍ତି ।

ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ଅଶୋକ ଚୌହାନ୍ । ସେହିପରି ଏନସିପିର ଦିଲ୍ଲୀପ ବଲ୍ସେ ପାଟିଲ, ଧନଞ୍ଜୟ ମୁଣ୍ଡେ, ହସନ ମଶ୍ରୀଫ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କଂଗ୍ରେସର ବିଜୟ ୱଡେଟ୍ଟୀବାର ଓ ଏନସିପିର ଅନିଲ ଦେଶମୁଖ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.