fbpx

Akanksha Dubey: ଅତ୍ମହତ୍ୟା କଲେ ଭୋଜପୁରୀ ଅଭିନେତ୍ରୀ ଆକାଙ୍ଖା ଦୁବେ,ବାରାଣାସୀର ହୋଟେଲରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତ୍ରୀ ଆକାଙ୍ଖା ଦୁବେ ବାରାଣାସୀର ଏକ ହୋଟେଲ୍‌ରେ ଅତ୍ମହତ୍ୟା କରିଛନ୍ତି। ବାରାଣସୀ ସ୍ଥିତ ସାରନାଥ ଅଞ୍ଚଳର ଏକ ହୋଟେଲ୍‌ରେ ଫାସି ଲଗାଇ ଜୀବନ ହାରିଥିବା କୁହାଯାଉଛି। ଆକାଙ୍ଖା ଭଦୋହି ଜିଲ୍ଲାର ବାସିନ୍ଦା ଥିଲେ । ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ଥିଲେ । ଆକାଙ୍ଖା ‘ବୀର କେ ବୀର’ ଏବଂ ‘କସମ୍ ପୈଦା କରନେ ୱାଲ୍ କି ୨’ ନାମକ ଚଳଚ୍ଚିତ୍ରରେ କାମ କରିଥିଲେ। ଆଜି ମାର୍ଚ୍ଚ ୨୬ ରେ ଭୋଜପୁରୀ ସୁପରଷ୍ଟାର ପୱନ ସିଂଙ୍କ ସହ ତାଙ୍କର ନୂଆ ଗୀତ ମୁକ୍ତିଲାଭ କରିଛି। ଏହି ଗୀତର ନାମ ହେଉଛି ‘ଆରା କାବି ହାରା ନାହି’।

ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ଆକାଙ୍ଖାଙ୍କର ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ସେ କାନ୍ଦୁଥିବା ନଜର ଆସୁଛନ୍ତି। ତେବେ ଆକାଙ୍ଖାଙ୍କ ମୃତ୍ୟୁ ଖବର ପ୍ରଶଂସକମାନଙ୍କ ପାଇଁ ବିଶ୍ୱାସ କରିବା କଷ୍ଟକର ହୋଇପଡିଛି। ଅଭିନେତ୍ରୀ କାହିଁକି ଏହି ଚରମ ପଦକ୍ଷେପ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଖବର ଆସିବା ପରେ ଭୋଜପୁରୀ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ଆକାଙ୍ଖାଙ୍କୁ ବିହାର ଏବଂ ଉତରପ୍ରଦେଶର ବେଶ ପପୁଲାରୀଟି ଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସେ ବହୁତ ଚର୍ଚ୍ଚିତ। ତାଙ୍କର ଟିକ୍ ଟକ୍ ଭିଡିଓ ଏବଂ ଅଭିନୟ ବହୁତ ଚର୍ଚ୍ଚାରେ ରହିଥାଏ। କୁହାଯାଏ ଯେ ଆକାଙ୍ଖା ଦୁବେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ମୁମ୍ବାଇରୁ ଆରମ୍ଭ କରିଥିଲେ। ଯଦିଓ ତାଙ୍କ ପିତାମାତା ତାଙ୍କୁ IAS କରିବାକୁ ଚାହୁଁଥିଲେ, କିନ୍ତୁ ପିଲାଦିନରୁ ସେ ନୃତ୍ୟ ଏବଂ ଅଭିନୟ ପ୍ରତି ଆଗ୍ରହୀ ଥିଲେ।

Get real time updates directly on you device, subscribe now.