fbpx

୧୦୦୦ ନିଯୁକ୍ତି ଅଫର ଆଣିଲା ଆକାଶା ଏୟାର: ୨୦୨୪ ସୁଦ୍ଧା ଲୋକଙ୍କୁ ଦେବ ଚାକିରି

ନୂଆଦିଲ୍ଲୀ: ଆକାଶା ଏୟାରଲାଇନ ଆରମ୍ଭ କରୁଛି ଏକ ବଡ ପ୍ରସ୍ତୁତି । ଉଡାଣ ସେବା ତଥା ବିମାନ କମ୍ପାନୀର ବିସ୍ତାର କରିବା ପାଇଁ ଆକାଶା ଏହି ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୧୦୦୦ ଲୋକଙ୍କୁ ନିଯୁକ୍ତି କରିବା ପାଇଁ ଯୋଜନା ରଖିଛି ଆକାଶା ଏୟାରଲାଇନ୍ । ଏହାପରେ ଏୟାରଲାଇନରେ ମୋଟ କର୍ମଚାରୀଙ୍କ ସଂଖ୍ୟା ୩,୦୦୦ରୁ ଅଧିକ ହେବ । ଏ ନେଇ ସୂଚନା ଦେଇଛନ୍ତି ଆକାଶା କମ୍ପାନୀର ସିଇଓ ବିନୟ ଦୁବେ ।

ସୂଚନା ଅନୁସାରେ, ସାତ ମାସ ପୂର୍ବରୁ ଏକ ବିମାନ ସେବା ଆରମ୍ଭ କରିଥିଲା ଆକାଶା ଏୟାରଲାଇନ । ଏହାସହିତ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୧୦୦୦ ନୂଆ ପଦବୀ ସୃଷ୍ଟି କରିଛି ଆକାଶା ଏୟାରଲାଇନ୍ । ତେବେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଆକାଶା ଏୟାରଲାଇନ ଅନ୍ତର୍ଜାତୀୟ ଉଡାଣ ସେବା ଆରମ୍ଭ କରିବା ପାଇଁ ଯୋଜନା ଆରମ୍ଭ କରିଛି । ଏବଂ ସମ୍ଭାବିତ ବିଦେଶୀ ଯାତ୍ରାର ଶେଷ ରୂପ ଦେବାର ପ୍ରକ୍ରିୟା ଜାରି ରହିଛି । ତେବେ କମ୍ପାନୀର ସିଇଓ କହିଛନ୍ତି ଯେ, ଚଳିତବର୍ଷର ଶେଷ ସୁଦ୍ଧା ତିନି ଅଙ୍କର ବିମାନ ଅର୍ଡର ଦେବ ଆକାଶା ଏୟାର । ତେବେ ବିମାନ ବଢିବା ପାଇଁ ଲକ୍ଷ୍ୟ ରକି ଏହି ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ବିନୟ ଦୁବେ ।

କମ୍ପାନୀ ତରଫରୁ ୭୨ଟି ବୋଇଂ ଏବଂ ୭୩୭ ବିମାନ ଅର୍ଡର ଦିଆଯାଇଛି । ଏଥିମଧ୍ୟରୁ ୧୯ଟି ବିମାନ ବର୍ତ୍ତମାନ ସୁଦ୍ଧା ସାମିଲ ହୋଇସାରିଛି । ତେବେ ଏହି ବିମାନଗୁଡିକ ୧୧୦ ଉଡାଣ ଭରୁଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ କମ୍ପାନୀ ନିକଟରେ ୨୦୦୦ରୁ ଅଧିକ କର୍ମଚାରୀ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୧୧୦୦ ପାଇଲଟ ଏବଂ ଫ୍ଲାଇଟ ଆଟେଣ୍ଡାଣ୍ଟ ରହିଛନ୍ତି । ଏହି ନିଯୁକ୍ତି ପରେ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ୩୦୦୦ ଉପରକୁ ପହଞ୍ଚିବ ।

Get real time updates directly on you device, subscribe now.