fbpx

ପିତା ହେଲେ ମାର୍କ ଜୁକରବର୍ଗ: ନୂଆ ଅତିଥିକୁ ସ୍ୱାଗତ, ଶେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ତାଙ୍କର ପତ୍ନୀ ପ୍ରିସିଲା ଚାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଦାୟକ ହୋଇଛି । ଆଜି ଏହି ଦମ୍ପତି ଜଣେ ନୂଆ ଅତିଥିକୁ ସ୍ୱାଗତ କରିଛନ୍ତି । ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ପ୍ରସିଲା । ଏହାଫଳରେ ପ୍ରିସିଲା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିବା ବେଳେ ମାର୍କ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ତେବେ ନୂଆ ଅତିଥିର ଆଗମନ ନେଇ ମାର୍କ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ଶେୟାର କରିଛନ୍ତି । ମାର୍କ ତାଙ୍କର ନୂଆ ଅତିଥି ଆଡ଼କୁ ହସ ହସ ମୁହଁରେ ଚାହିଁ ରହିଥିବା ଦେଖାଯାଉଛି । ଏହି କନ୍ୟା ସନ୍ତାନର ନାମ ଔରେଲିଆ ଚାନ ଜୁକରବର୍ଗ ରଖାଯାଇଛି । ଔରେଲିଆ ମାର୍କ ଓ ପ୍ରିସିଲାଙ୍କର ତୃତୀୟ କନ୍ୟା । ଏହା ପୂର୍ବରୁ ଏହି ଦମ୍ପତ୍ତିଙ୍କର ଅଗଷ୍ଟ (୫) ଓ ମାକ୍ସିମା (୭) ନାମରେ ଦୁଇ କନ୍ୟା ସନ୍ତାନ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ସେପ୍ଟେମ୍ବର ମାସରେ ମାର୍କ ତାଙ୍କର ପତ୍ନୀ ପ୍ରିସିଲା ଗର୍ଭବତୀ ଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ । ସେ ତୃତୀୟ ଥର ପାଇଁ ପିତା ହେବାକୁ ଯାଉଥିବା ନେଇ ସୂଚନା ଦେବା ସହ ନିଜର ପତ୍ନୀଙ୍କର ଏକ ଫଟୋ ମଧ୍ୟ ଶେୟାର କରିଥିଲେ । ମାର୍କ-ପ୍ରିସିଲା ଦୁହେଁ ପରସ୍ପରକୁ କଲେଜ ସମୟରୁ ଜାଣିଥିଲେ । ହାର୍ଭାର୍ଡ ୟୁନିଭରସିଟିରେ ପଢ଼ିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ୨୦୦୩ରେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଏହାପରେ ୨୦୧୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୨୨ ମେ ମାସରେ ଦମ୍ପତ୍ତି ୧୦ତମ ବିବାହ ବାର୍ଷିକୀ ପାଳନ କରିଥିଲେ ।

Get real time updates directly on you device, subscribe now.