fbpx

ହାତ ବଢାଇଲେ ରଣବୀର, ଧରିଲେନି ଦୀପିକା: ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡରେ ବର୍ତ୍ତମାନ ସବୁଠୁ ଚର୍ଚ୍ଚିତ ଯୋଡି ହେଉଛନ୍ତି ରଣବୀର ସିଂହ-ଦୀପିକା ପାଦୁକୋନ । ଉଭୟଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଥାଏ । ଫ୍ୟାନ୍ସମାନଙ୍କ ଭିତରେ ମଧ୍ୟରେ ତାଙ୍କର ଏକ ଅଲଗା କ୍ରେଜ ରହିଛି । କିନ୍ତୁ ଏବେ ଏକ ଘଟଣାକୁ ନେଇ ଉଭୟଙ୍କ ସମ୍ପର୍କ ଉପରେ ଉଠିଛି ପ୍ରଶ୍ନ । ଅନେକ ଲୋକ ପ୍ରଶ୍ନ କରିଛନ୍ତି ସବୁ କିଛି ଠିକ୍ ଅଛି ତ? ଏକ ଆୱାର୍ଡ ଶୋ’ରେ କିଛି ଏମିତି ଘଟଣା ଘଟିଯାଇଛି ଯାହାକୁ ନେଇ ଏବେ ସେମାନଙ୍କ ସମ୍ପର୍କ ଉପରେ ଆଲୋଚନା ଆରମ୍ଭ ହୋଇଛି ।

ଏକ ସ୍ପୋର୍ଟସ ଆୱାର୍ଡ କାର୍ଯ୍ୟକ୍ରମରେ ଅତିଥି ଭାବରେ ପହଞ୍ଚିଥିଲେ ବଲିଉଡ ଷ୍ଟାର ଯୋଡି ରଣବୀର ଏବଂ ଦୀପିକା । ଏଥିରେ ଉଭୟ କପଲ ମ୍ୟାଚିଂ ଆଉଟଫିଟ ସହ ମଧ୍ୟ ନଜର ଆସିଥିଲେ । କାର୍ଯ୍ୟକ୍ରମରେ ଉଭୟ ମିଶି ପୋଜ ଦେଇଥିବାର ମଧ୍ୟ ଦେଖାଯାଇଛି । କିନ୍ତୁ ଏହି ସମୟର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି । କାର୍ଯ୍ୟକ୍ରମରେ ପହଞ୍ଚିବା ସମୟରେ ରଣବୀର ଗାଡିରୁ ଓହ୍ଲାଇ ଦୀପିକାଙ୍କ ହାତ ଧରି ଯିବାକୁ ତାଙ୍କ ହାତ ବଢାଇଥିଲେ । କିନ୍ତୁ ଦୀପିକା ନିଜ ଶାଢୀ ସମ୍ଭାଳିବାରେ ବ୍ୟସ୍ତ । ଏହାପରେ ରଣବୀର ଆଗକୁ ବଢିଯିବା ସହ ଦୀପିକା ମଧ୍ୟ କାର୍ଯ୍ୟକ୍ରମକୁ ଯାଇଛନ୍ତି । ସେହିପରି ଫଟୋ ସେଶନକୁ ଆସିବା ସମୟରେ ମଧ୍ୟ ଉଭୟ ଯୋଡି ହାତ ଧରି ନଥିବା ଦେକିବାକୁ ମିଳିଥିଲା । ତେବେ ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

 

View this post on Instagram

 

A post shared by Manav Manglani (@manav.manglani)

ମାନବ ମଙ୍ଗଳାନୀ ନାମକ ଜଣେ ୟୁଜର ଏହି ଭିଡିଓ ଅପଲୋଡ କରିଛନ୍ତି । ଏହାପରେ ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜରଏବଂ ଫ୍ୟାନ୍ସ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଆସିବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.