fbpx

ଚନ୍ଦ୍ର ପଛରେ ଅଦୃଶ୍ୟ ହେଲା ଶୁକ୍ର: ଆକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ: ବୃହସ୍ପତି ସହ ଏକ ବିରଳ ସଂଯୋଗ ପରେ ବର୍ତ୍ତମାନ ଚନ୍ଦ୍ରର ନିକଟତର ହୋଇଛି ସୌରଜଗତର ଉଜ୍ଜ୍ୱଳ ତାରକା ଶୁକ୍ର । ଆଜି ସନ୍ଧ୍ୟାରେ ସାରା ଆକଶରେ ଦେକିବାକୁ ମିଳିଛି ଏହି ବିରଳ ମହାହଜାଗତିକ ଦୃଶ୍ୟ । ସ୍ୱର୍ଗୀୟ ତାରକା ଏବଂ ଗ୍ରହ ଗୁଡିକ ନିକଟତର ହେଉଥିବାର ଦେଖି ଚକିତ ହୋଇଉଠିଛି ସାରା ବିଶ୍ୱ । ଚନ୍ଦ୍ର ଏବଂ ଶୁକ୍ର ଉଭୟ ଗ୍ରହ ଧିରେ ଧିରେ ନିକଟତର ହେବା ସହ ଏକ ସରଳରେଖାରେ ଦୃଶ୍ୟମାନ ହୋଇଥିଲେ । ତେବେ ଧିରେ ଧିରେ ଶୁକ୍ର ଚନ୍ଦ୍ରାଲୋକରେ ଅଦୃଶ୍ୟ ହୋଇଯାଇଛି ।

ସନ୍ଧ୍ୟା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଗ୍ରହ ହୋଇଥିବା ବେଳେ ଚନ୍ଦ୍ର ଆମ ଗ୍ରହର ନିକଟତରତା ହେତୁ ଏହାର ଉଜ୍ଜ୍ୱଳତାକୁ ୨୫୦ ଗୁଣ ଟ୍ରମ୍ପ କରିବ । ଆଜି ଶୁକ୍ର ଏବଂ ଚନ୍ଦ୍ର ଏକ ବିରଳ ମହାଜାଗତିକ ଦୃଶ୍ୟ ଭାବରେ ନିକଟତର ହୋଇଛନ୍ତି । ତେବେ ଉଭୟ ସମାନ ସରଳରେଖାରେ ରହିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବହୁତ ଦୂରତା ରହିବ । ଏ ନେଇ ଆଷ୍ଟ୍ରୋନୋମିକାଲ ସୋସାଇଟି ଇଣ୍ଡିଆ ଆଉଟରିଚ ଆଣ୍ଡ ଏଜୁକେସନ ତରଫରୁ ଏକ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଚନ୍ଦ୍ର ବର୍ତ୍ତମାନ ଅମାବାସ୍ୟା ସ୍ଥିତିରେ ରହିଥିବାରୁ ଚନ୍ଦ୍ରର ମାତ୍ର ୯ ପ୍ରତିଶତ ଦୃଶ୍ୟମାନ ହେଉଛି । ଏହି ପର୍ଯ୍ୟାୟକୁ ୱାକ୍ସିଙ୍ଗ କ୍ରିସେଣ୍ଟ ବୋଲି କୁହାଯାଏ ।

ତେବେ ସମୟ ଏବଂ ତାରିଖ ଅନୁସାରେ, ଅମାବାସ୍ୟା ତିଥିରୁ ବାହାରି ଚନ୍ଦ୍ର ପୁଣି ଯେବେ ଦୃଶ୍ୟମାନ ହୁଏ ଏବଂ ସୂର୍ଯ୍ୟ ଓ ପୃଥିବୀ ବିପରୀତ ପାଶ୍ୱର୍ରେ ରହିଥାନ୍ତି, ସେହି ସମୟରେ ଏହି ୱାକ୍ସିଙ୍ଗ କ୍ରିସେଣ୍ଟ ମୁନ୍ ଦୃଶ୍ୟମାନ ହୋଇଥାଏ । ସନ୍ଧ୍ୟା ଆକାଶରେ କେବଳ ଶୁକ୍ର ନୁହେଁ, ମାର୍ଚ୍ଚ ଶେଷରେ ଆକାଶରେ ୫ଟି ଗ୍ରହ ଏକତ୍ର ହୋଇଥିବାର ଦେଖିବାକୁ ମିଳିବ । ଆସନ୍ତା ମାର୍ଚ୍ଚ ୨୫-୩୦ ତାରିଖ ମଧ୍ୟରେ ଏଭଳି ଆଉ ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇବେ ବିଶ୍ୱବାସୀ । ବୃହସ୍ପତି, ବୁଧ, ଶୁକ୍ର, ୟୁରେନସ ଏବଂ ମଙ୍ଗଳ ଆଦି ଗ୍ରହ ସମାନ୍ତରାଳ ଭାବରେ ଏକତ୍ର ହୋଇ ଏକ ପାରେଡ ଗଠନ କରିବେ ।

ମାର୍ଚ୍ଚ ଶେଷ ଦିନମାନଙ୍କରେ ଏହି ସମସ୍ତ ଗ୍ରହ ପରସ୍ପର ଚାରି ପାଖରେ ବୁଲୁଥିବାର ଦେଖିବାକୁ ମିଳିବ । ତେବେ ମାର୍ଚ୍ଚ ୨୮ ତାରିଖରେ ଏହାକୁ ସ୍ପଷ୍ଟ ଭାବେ ଦେଖିପାରିବେ ।

Get real time updates directly on you device, subscribe now.