fbpx

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ୪% ମହଙ୍ଗା ଭତ୍ତା ବଢ଼ାଇଲେ ମୋଦୀ ସରକାର, ଜାଣନ୍ତୁ କେତେ ବଢ଼ିଲା ଦରମା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଆସିଲା ବଡ଼ ଖୁସିଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବା ‘ଡିଏ’ ରେ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ମହଙ୍ଗା ଭତ୍ତାକୁ ୩୮ ପ୍ରତିଶତରୁ ୪୨%କୁ ବୃଦ୍ଧି କରାଯାଇଛି । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କୋଟି କୋଟି ପେନସନଭୋଗୀ ଓ କେନ୍ଦ୍ର କର୍ମଚାରୀମାନେ ଉପକୃତ ହେବେ । ପ୍ରତିବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରାଇଥାନ୍ତି କେନ୍ଦ୍ର ସରକାର, ଯାହାଦ୍ୱାରା ତାଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିଥାଏ ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ୧ କୋଟିରୁ ଉଦ୍ଧ୍ୱର୍ କର୍ମଚାରୀ ଓ ପେନସନଭୋଗୀଙ୍କ ଏବେକାର ଥିବା ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ୪ % ବୃଦ୍ଧି କରି ୪୨ ପ୍ରତିଶତ କରାଯାଇଛି । କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଶ୍ରମ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ଶିଳ୍ପ ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ଗଣନା କରାଯାଏ ।

କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତା ବୃଦ୍ଧି ଏବଂ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ ୧ ଜାନୁଆରୀ ୨୦୨୩ ଠାରୁ ଲାଗୁ ବୋଲି ବିବେଚନା କରାଯିବ । ଅର୍ଥାତ୍ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ନିଷ୍ପତ୍ତି ପରେ ସରକାରଙ୍କ ଖର୍ଚ୍ଚ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କା ବଢ଼ିଯିବ । ଏହି ନିଷ୍ପତ୍ତି ୪୭.୫୮ ଲକ୍ଷ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀଙ୍କୁ ଉପକୃତ କରିବ । ସପ୍ତମ ବେତନ ଆୟୋଗର ସୁପାରିଶ ଆଧାରରେ ସ୍ଥିର ହୋଇଥିବା ସୂତ୍ର ଆଧାରରେ ଏହି ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.