fbpx
BJD SKY
BJD SKY

ରିମାଣ୍ଡରେ ଯିବେ ଆକାଶ ପାଠକ: ସିପି

BJD

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ସଂକ୍ରାନ୍ତରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ପ୍ରକାଶ କରିଛନ୍ତି । ଆକାଶଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାର ଆବଶ୍ୟକତା ରହିଛି । ଏନେଇ ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ ଖୁବଶୀଘ୍ର କୋର୍ଟଙ୍କୁ ଆବେଦନ କରାଯିବ । ପ୍ରଥମ ପ୍ରକ୍ରିୟା ତଦନ୍ତରେ ଟାଟାକୁ ଚିଠି ଲେଖାଯାଇଥିବା ବେଳେ ଆକାଶ ଟାଟାର କର୍ମଚାରୀ ନୁହନ୍ତି ବୋଲି ଟାଟା ପକ୍ଷରୁ ସ୍ପଷ୍ଟ ହୋଇଥିଲା । ଆକାଶଙ୍କ ଦସ୍ତଖତ ନିଆଯିବ ଓ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ପଠାଯିବ ବୋଲି ସିପି କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.