fbpx

ଅଖିଳ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ବ, ପିଆଇବି ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ତୁଲାଇବେ ଦାୟିତ୍ବ

ଭୁବନେଶ୍ବର: ଅଖିଳ କୁମାର ମିଶ୍ରଙ୍କୁ ମିଳିଲା ନୂଆ ଗୁରୁ ଦାୟିତ୍ବ । ପିଆଇବି(କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ) ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ଅଖିଳ କୁମାର ମିଶ୍ର । ଏହାସହ ତାଙ୍କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି) ଏବଂ ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ଅଖିଳ କୁମାର ମିଶ୍ର ଓଡିଶାର ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ । ଓଡିଶା ସହିତ ସେ ଝାଡଖଣ୍ଡର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ । ସେ ଏକାଧାରରେ ଜଣେ କବି, ଗବେଷକ ସହିତ କେତେକ ରାଜ୍ୟର ଦାୟିତ୍ବ ତୁଲାଇଛନ୍ତି । ଭାରତୀୟ ସୂଚନା ସେବା 1999 ବ୍ୟାଚର ବରିଷ୍ଠ ଅଧିକାରୀ ହେଉଛନ୍ତି ଅଖିଳ କୁମାର ମିଶ୍ର । ଜଣେ ପ୍ରତିଷ୍ଠିତ କବି ଭାବେ ସେ ବେଶ ପରିଚିତ ଏବଂ ତାଙ୍କର ଅନେକ କାବ୍ୟକୃତି ପାଠକୀୟ ଆଦୃତ ଲାଭ କରିଛି ।

ତେବେ ଅଖିଳ କୁମାର ମିଶ୍ର ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ, ପିଆଇବି ଏବଂ ସିବିସି ଆଦି ବିଭାଗରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି । ଏହି ସବୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପଦାନ କରି ସମ୍ମାନିତ ମଧ୍ୟ ହୋଇଛନ୍ତି ।  ସେ ଗବେଷକ ଭାବେ ଆମେରିକାର ବର୍କଲେ ଓ ମ୍ୟାରିଲାଣ୍ଡ ତଥା ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ବବିଦ୍ୟାଳୟ ପରିଭ୍ରମଣ କରିଛନ୍ତି ।

Get real time updates directly on you device, subscribe now.