fbpx

ଅଖିଳେଶ ହେବେ ଉତ୍ତର ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ: ଶିବସେନା ନେତା ସଞ୍ଚୟ ରାଉତ

ମୁମ୍ବାଇ: ଉତ୍ତର ପ୍ରଦେଶରେ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ଅଖିଳେଶ ଯାଦବ । ଚଳିତ ବିଧାନସଭା ନିର୍ବାଚନରେ ୟୁପିରେ ସମାଜବାଦୀ ପାର୍ଟୀ ନେତୃତ୍ୱରେ ଆଗାମୀ ସରକାର ଗଠନ । କିଛି ଏଭଳି ଦାବି କରିଛନ୍ତି ଶିବସେନା ନେତା ସଞ୍ଚୟ ରାଉତ । ସେ କହିଛନ୍ତି ଅଖିଳେଶ ଯାଦବ ୟୁପିର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ।

ରାଉତ କହିଛନ୍ତି ଅଖିଳେଶ ଯାଦବ ୟୁପିରେ ତାଙ୍କ ସରକାର ଗଠନ କରିବାକୁ ଯାଉଛନ୍ତି । ସେ କହିଛନ୍ତି ମହରାଷ୍ଟ୍ରରେ ମହା ବିକାଶ ଅଘାଡ଼ୀ ମେଣ୍ଟ ସରକାରର ନେତୃତ୍ୱ କରୁଥିବା ଶିବସେନା ନେତା ୟୁପିରେ ସମାଜବାଦୀ ପାର୍ଟୀକୁ ସମର୍ଥନ କରିବା ନିଷ୍ପତ୍ତି ନେଇଛନ୍ତି । ମହା ବିକାଶ ଅଘାଡ଼ୀର ଅନ୍ୟ ଏକ ସହଯୋଗୀ ଦଳ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀର ମୁଖ୍ୟ ଶରଦ ପୱାର ପ୍ରଥମରୁ ୟୁପିରେ ସମାଜବାଦୀ ପାର୍ଟୀକୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ ଅଧ୍ୟକ୍ଷ ଶରଦ ପୱାର ମଧ୍ୟ କହିଥିଲେ ଯେ ତାଙ୍କ ଦଳ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟୀ ଏବଂ କିଛି ଅନ୍ୟ ଦଳ ସହ ମେଣ୍ଟ କରିବ । ସେହିଭଳି ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ୀ ସରକାରରେ ଅଂଶ ଥିବା କଂଗ୍ରେସ ଉତ୍ତର ପ୍ରଦେଶରେ ଏକାକୀ ଲଢ଼ିବାକୁ ନିର୍ଣ୍ଣୟ ନେଇଛି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲକ୍ଷେ୍ନø ଆସି ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବଙ୍କୁ ସମର୍ଥନ କରିବା ଘୋଷଣା କରିଥିଲେ ।

Get real time updates directly on you device, subscribe now.