fbpx

ଆପ୍ ରାସ୍ତାରେ ଅଖିଳେଶ: ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ପାଇଁ ଘୋଷଣା

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଇମ୍ପ୍ରେସ କରିବା ପାଇଁ ସବୁ ନେତା ପ୍ରୟାସ କରୁଛନ୍ତି । ଆମ ଆଦମୀ ପାର୍ଟି ପକ୍ଷରୁ ମାଗଣା ବିଜୁଳି ପ୍ରଦାନ କରାଯାଉଥିବା ବେଳେ ସମାନ ମଡେଲ ଆପଣେଇବାକୁ ଯାଉଛନ୍ତି ଅଖିଳେଶ ଯାଦବ । ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ମାଗଣା ବିଜୁଳି ପ୍ରଦାନ କରିବା ନେଇ ଅଖିଳେଶ ଘୋଷଣା କରିଛନ୍ତି ।

ଲକ୍ଷେ୍ନøରେ ଶନିବାର ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଅଖିଳେଶ ଏମିତି ବୟାନ ଦେଇଛନ୍ତି । ଘରୋଇ ବ୍ୟବହାର ପାଇଁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରିବା ନେଇ ଅଖିଳେଶ ଘୋଷଣା କରିଛନ୍ତି । ଏହା ସହିତ ଚାଷଜମିକୁ ଜଳଯୋଗାଣ ପାଇଁ ବିଦ୍ୟୁତ ସଞ୍ଜୋଗ ସମ୍ପୂର୍ଣ୍ଣ ମାଗଣା ହେବ ବୋଲି କହିଛନ୍ତି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଗୋଆ ଏବଂ ପଞ୍ଜାବ ପାଇଁ ସମାନ ମାଗଣା ବିଜୁଳି ପ୍ରଦାନର ଘୋଷଣା କରିଥିଲେ ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ । ଆଗାମୀ ଦିନରେ ଏହି ଦୁଇ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହିତ ଏହି ଦୁଇ ରାଜ୍ୟରେ ମହିଳାଙ୍କ ପାଇଁ ମାସିକ ଭତ୍ତା ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.