fbpx

ଉତ୍ତରପ୍ରଦେଶ ବିଧାନସଭାରେ ହାଇଡ୍ରାମା, ଦରଦାମ ବୃଦ୍ଧିକୁ ନେଇ ଗୃହରେ ବିରୋଧିଙ୍କ ହଙ୍ଗାମା

ନୁଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭାରେ ଆଜି ୧୮ତମ ଅଧିବେଶନରେ ବିରୋଧୀ ବିଧାୟକ ପ୍ରବଳ ହଙ୍ଗାମା କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିପକ୍ଷ ନାରାବାଜି ଆରମ୍ଭ କରିଥିଲେ । ଏହି ସମୟରେ ସମାଜବାଦୀ ପାର୍ଟୀ ବିଧାୟକ ଗୃହକୁ ଆସି ସରକାରଙ୍କ ବିରୋଧରେ ନାରାବାଜି ଦେଇ ରାଜ୍ୟପାଳଙ୍କୁ ଗୋ-ବ୍ୟାକ୍ ଗୋ-ବ୍ୟାକ୍ ବୋଲି ନାରା ଦେଇଥିଲେ । ଦେଶରେ ମହଙ୍ଗା ଓ ଅନ୍ୟାନ୍ୟ ବିଷୟକୁ ନେଇ କେନ୍ଦ୍ର ସରକାରଙ୍କ ମଧ୍ୟ ଟାର୍ଗେଟ କରିଥିଲା ସାମାଜବାଦୀ ପାର୍ଟି ।

ସୋମବାର ବିଧାନମଣ୍ଡଳର ମିଳିତ ଅଧିବେଶନରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ରାଜ୍ୟ ସରକାରଙ୍କ ଗତ ପାଞ୍ଚ ବର୍ଷର ଉପଲବ୍ଧୀ ବିଷୟରେ ସୂଚନା ଦେଇଛନ୍ତି । ଏହି ସମୟକୁ ରାଜ୍ୟପାଳ ଶୁସାନର ସମୟ ବୋଲି କହିଥିଲେ । ଏବେ ଆଗାମୀ ପାଞ୍ଚ ବର୍ଷରେ ଏହି ବିକାଶ କାର୍ଯ୍ୟ ଆହୁରି ଉଚ୍ଚତାକୁ ଛୁଇଁବ । ଏହି ସମୟରେ ଉତ୍ତରପ୍ରଦେଶରେ ନିବେଶ ବଢିଛି । ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ରାଜ୍ୟ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି କହିଥିଲେ।

ବିଧାନସଭା ଆରମ୍ଭ ପୁର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମ ସହ ଆଲୋଚନା କରି କହିଥିଲ ଯେ, ସେ ସମସ୍ତ ବିଧାୟକଙ୍କୁ ସ୍ୱାଗତ କରୁଛନ୍ତି । ସେ ବିଧାନସଭାରେ ସମୟକୁ ରାଜ୍ୟର ବିକାଶ ପାଇଁ ଆଲୋଚନାରେ ଉପଯୋଗ କରିବାକୁ ଆଗ୍ରହ କରିଥିଲେ । ରାଜ୍ୟ ବଜେଟ ମେ ୨୬ ତାରିଖରେ ଉପସ୍ଥାପିତ ହେବ । ଏଥି ସହ ପ୍ରତ୍ୟେକ ବିଷୟରେ ସରକାର ବିରୋଧିଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ ।

 

 

 

 

Get real time updates directly on you device, subscribe now.