fbpx

(Video) ଫିଲ୍ମରେ ରୋଲ ଦେବା ଆଳରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ: ପଚାରିବାରୁ ରାଗିଗଲେ ଅକ୍ଷୟ

ଭୁବନେଶ୍ୱର: ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁ ରେ ଯୁବତୀ କରିଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିନେତ୍ରୀ କରାଇଦେବା ଆଳରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ପାଖାପାଖି ୧ ବର୍ଷଧରି ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରହିଥିବା କୁହାଯାଉଛି । ଏଥିସହ ସୋସିଆଲ ମିଡିଆରେ ଅକ୍ଷୟଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଘଟଣାକୁ ନେଇ ଅକ୍ଷୟଙ୍କୁ ପଚାରିବାରୁ ସେ ମିଡିଆକୁ ଦେଖାଇଛନ୍ତି ନାଲି ଆଖି । ପ୍ରଶ୍ନର ଉତ୍ତର ନଦେଇ ‘ଆପଣ ଖରାପ ବ୍ୟବହାର କରୁଛନ୍ତି’ କହି ସେ ଗାଡ଼ିରେ ବସିଥିବା ଦେଖିବାକୁ ମିଳିଛି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ । ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ସମ୍ପୃକ୍ତ ଯୁବତୀ ଅକ୍ଷୟ ପରିଜାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ବିବାହ ଠିକ୍ ହେବା ପରେ ଅତ୍ୟାଚାର ବଢ଼ିଥିଲା । ଯଦି, ସେ ଆଉ କାହାକୁ ବାହା ହେବେ ତା’ହେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ତେବେ ଏ ସଂକ୍ରାନ୍ତରେ ପୋଲିସରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ‘ମୁଁ ହରିଜନ ଜାତିର ଝିଅ । ଦୀର୍ଘ ବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି । ମୋର ନ୍ୟୁଡ୍ ଫଟୋ ରଖି ବ୍ଲାକ୍ମେଲିଂ କରୁଛନ୍ତି । ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ଏହାର ପ୍ରତିବାଦ କରିବାରୁ ଧମକ ଦେଇ ଜୀବନରୁ ମାରି ଦେବାକୁ କହୁଛନ୍ତି । ମୋର ବାହାଘର ଠିକ୍ ହୋଇଯାଇଛି । ସେ କହୁଛନ୍ତି, ତୁ ଯଦି ବାହା ହେବୁ ସେ ପୁଅ ସହ ରଖେଇ ଦେବିନି ।’

Get real time updates directly on you device, subscribe now.