fbpx

ଆଲବମ୍ କୁଇନ ଦୀପା ସାହୁଙ୍କ ପୁନଃ ଜନ୍ମ! ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଟୁଇଟରରେ ପୋଷ୍ଟ କଲେ କିଛି ଏପରି

ଭୁବନେଶ୍ୱର, ୨୮ା୭(ଓଡ଼ିଶା ଭାସ୍କର): ଆଉ ଆମ ଗହଣରେ ନାହାନ୍ତି ଲୋକପ୍ରିୟ ଆଲବମ୍ କୁଇନ ଦୀପା ସାହୁ । ସେ ଶତାଧିକ ଆଲବମରେ ଅଭିନୟ କରିଛନ୍ତି । ତାଙ୍କ ବିୟୋଗରେ ଆଲବମ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ଗତକାଲି ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଦୀପାଙ୍କର ମୃତ୍ୟୁ ଘଟିଥିବା ବେଳେ ତାମିଲନାଡୁର ହୋସୁର ସରକାରୀ ଚିକିତ୍ସାଳୟରେ କୁନି ଓଡ଼ିଆ ଝିଅ ଦୀପା ସାହୁ ଜନ୍ମ ହୋଇଛନ୍ତି । ହେଲେ ହସ୍ପିଟାଲରେ ଜନ୍ମ ହୋଇଥିବା କୁନି ଝିଅର ନାମ ଦୀପା କହିଁକି ରଖାଗଲା ।

ଓଲିଉଡ଼ ଜଗତର ନାମକରା ଅଭିନେତା ସବ୍ୟସାଚୀ ମିଶ୍ର ଲକଡ଼ାଉନରେ ଫସି ରହିଥିବା ଓଡ଼ିଆ ମାନଙ୍କ ସାହାଯ୍ୟ କରୁଛନ୍ତି । ସେହିପରି ତାମିଲନାଡୁରେ ଓଡ଼ିଆ ସସ୍ମିତା ସାହୁଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା ଓ ସେ ଗର୍ଭବତୀ ଥିଲେ । ତାଙ୍କୁ ଯେକୌଣସି ପ୍ରକାରରେ ହୋସୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଗୋଟି ଝିଅଟିଏ ହୋଇଥିଲା । ପରେ ସେ ସବ୍ୟସାଚୀଙ୍କୁ ତାଙ୍କ ଝିଅର ନାମକରଣ କରିବାକୁ ଫୋନ ଯୋଗେ ଅନୁରୋଧ କରିଥିଲେ । ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ଦିନ ତାଙ୍କ ଝିଅ ଜନ୍ମ ହୋଇଥିବାରୁ ସବ୍ୟସାଚୀ ସେ କୁନି ଝିଅଟିର ନାମ ଦୀପା ଦେଇଥିଲେ । ଯେହେତୁ ତାଙ୍କ ସରନେମ ସାହୁ ଥିଲା । ତାଙ୍କ ନାମ ଦୀପା ସାହୁ ରଖାଗଲା । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

 

Get real time updates directly on you device, subscribe now.