fbpx

ଆପଣ ମଦ୍ୟପାନ କରୁଛନ୍ତି କି, ଜାଣନ୍ତୁ ପିଇବା ଛଡ଼ା ଏଥିରେ ଆଉ କ’ଣ ରହିଛି ଫାଇଦା

ସାଧାରଣତଃ ମଦ୍ୟପାନ ଶରୀର ପକ୍ଷେ କ୍ଷତିକାରକ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥାଏ । ତେବେ ଏକଥା ହୁଏତ ଅନେକଙ୍କୁ ଅଜ୍ଞାତ ଥିବ ଯେ, ମଦ ଆମ ଶରୀରର ଅନେକ ଉପକାର ସାଧନ କରିଥାଏ । ମଦର ଭଲଗୁଣ ବିଷୟରେ ଅବଗତ ହୋଇ ଠିକ ଢଙ୍ଗରେ ପାନ କଲେ ଆପଣ ଏହାର ଫାଇଦା ଉଠାଇ ପାରିବେ । ଆସନ୍ତୁ ଜାଣିବା ମଦ୍ୟପାନର କିଛି ବେନିଫିଟ୍ ବିଷୟରେ ।

–  ମଦ ପିଇବା ଫଳରେ ଆମ ଶରୀରରୁ ବହୁ ରୋଗ ଦୂର ହୋଇଥାଏ । ମଦକୁ ଆପଣ ହାଣ୍ଡ ସାନିଟାଇଜର ଭାବେ ବ୍ୟବହାର କରିକରିପାରିବେ । ଏହାକୁ ବ୍ୟବହାର କରିବା ପାଇଁ ପାଣିର ଆବଶ୍ୟକତା ପଡ଼ି ନଥାଏ । ଯଦି ଆପଣ ମାତ୍ର ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଲକହଲକୁ ଘଷନ୍ତି ତେବେ ହାତରୁ ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି ।

– ଶରୀରର କୌଣସି ସ୍ଥାନରେ ଘା ହୋଇଥିଲେ ମଦ ତାହାକୁ ଠିକ କରିଦେଇଥାଏ, କାରଣ ଆଲକହଲ ଏକ ଭଲ ଆଣ୍ଟିସେପ୍ଟିକ ପରି କାର୍ଯ୍ୟ କରିଥାଏ । ଏହା ଜର୍ମମାନଙ୍କୁ ବହୁତ ଶୀଘ୍ର ବିନାଶ କରିଦେଇଥାଏ । ଘା ଉପରେ ଆଲକହଲ ଲଗାଇ ବ୍ୟାଣ୍ଡେଜ କରିବା ଦ୍ୱାରା ଘା ଶୀଘ୍ର ଶୁଖିଯାଇଥାଏ ।

– କୌଣସି ପୁରୁଣା ଦାଗକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସେଥିପାଇଁ ଟଏଲେଟ ସିଟକୁ ସଫା କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ଇଞ୍ଜେକସନ ଦେବା ପୂର୍ବରୁ ଆଲକହଲ ଲଗାଇଲେ ଜୀବାଣୁ ମରିଯାଇଥାନ୍ତି, ଫଳରେ କୌଣସି ସଂକ୍ରମଣର ଆଶଙ୍କା ରହିନଥାଏ ।

– ଜୋତାର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସ୍କ୍ରିନ ସମସ୍ୟା ଥିଲେ ଆଲକହଲରେ ନିୟମିତ ମୁହଁ ଧୋଇବା ଅଭ୍ୟାସ କରନ୍ତୁ । ଏଥିସହିତ ଏହା ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଶୁଷ୍କ ଚର୍ମ ଆଦି ସମସ୍ୟାକୁ ଦୂର କରିଥାଏ ।

Get real time updates directly on you device, subscribe now.