fbpx

ଅଜବ: ପାକିସ୍ତାନରେ କମିଶନରଙ୍କ କୁକୁର ନିଖୋଜ ହେବାରୁ ରିକ୍ସାରେ ପ୍ରଚାର

ଇସଲାମାବାଦ:ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଥିବା ଆଜମ ଖାନଙ୍କ ମଇଁଷି ନିଖୋଜ ହେବା ପରେ ପୋଲିସ ଓ ପ୍ରଶାସନ ଘରକୁୁ ଘର ଯାଇ ଖୋଜାଖୋଜି କରିଥିଲେ । ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ କମିଶନରଙ୍କ କୁକୁର ଖୋଜିବା ପାଇଁ ପୁରା ପୋଲିସ ଫୋର୍ସ ଲାଗିଛି । ମଙ୍ଗଳବାର ଦିନ ଗୁଜରାନୱାଲା କମିଶନର ଜୁଲଫିକାର ଅହମ୍ମଦ ଘୁମାନଙ୍କ ପୋଷା କୁକୁର ନିଖୋଜ ହୋଇଯାଇଥିଲା, ଯାହାକୁ ଖୋଜିବା ପାଇଁ ଲାଗିଛି ସମ୍ପୂର୍ଣ୍ଣ ପ୍ରଶାସନ । କୁକୁରକୁ ଖୋଜିବା ପାଇଁ ଘର-ଘର ତଲାସି କରିବା ସହ ଲାଉଡ ସ୍ପିକରରେ କୁକୁର ନିଖୋଜ ଘୋଷଣା କରାଯାଇଥିଲା ।

ସୂଚନା ଅନୁସାରେ, କମିଶନର ତାଙ୍କ କୁକୁରର ନିଖୋଜ ବିଷୟରେ ଜାଣିବା ମାତ୍ରେ ସେ କର୍ମଚାରୀଙ୍କୁ ଭର୍ତ୍ସନା କରିଥିଲେ । ଗୁଜରାନୱାଲାର କମିଶନର ଏକ ରିକ୍ସା ବ୍ୟବହାର କରି ରାସ୍ତାରେ ଓ ସ୍ଥାନୀୟ ଅଞ୍ଚଳରେ କୁକୁର ହଜିଯିବା ସମ୍ପର୍କରେ ସ୍ପିକର ମାଧ୍ୟମରେ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ଏବଂ ପ୍ରଶାସନର ଅଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ହଟାଇ କୁକୁର ଖୋଜିବା ପାଇଁ ପଠାଯାଇଛି ।

କମିଶନର ନିଜର କୁକୁର ନିଖୋଜ ହେବା ପରେ ବହୁତ ନିରାଶ ହୋଇଥିଲେ । ସେ ସେହି ଦିନ ତାଙ୍କ କୁକୁରକୁ ଆଣିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲାଉଡ ସ୍ପିକରରେ କୁକୁରର ସନ୍ଧାନ କରାଯାଉଥିବା ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଯଦି କୁକୁର ମିଳୁଛି ତେବେ ତୁରନ୍ତ ଫେରସ୍ତ କର, ନଚେତ୍ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.