fbpx

ଶୁଟିଂ ସେଟରେ ଏଲେକ୍ ବାଲ୍ଡୱିନ୍ ହାତରୁ ଚଳିଗଲା ଗୁଳି, ଜଣେ ମହିଳା ମୃତ; ନିର୍ଦ୍ଦେଶକ ଆହତ

ୱାଶିଂଟନ୍: ଆମେରିକୀ ଅଭିନେତା ଏଲେକ୍ ବାଲ୍ଡୱିନ୍ ଏକ ପ୍ରୋପ୍ ଗନ୍ ଦ୍ୱାରା ଫିଲ୍ମ ଶୁଟିଂ ସେଟ୍ ରେ ଜଣେ ସିନେମାଟୋଗ୍ରାଫରଙ୍କୁ ଫାୟାର୍ କରିଛନ୍ତି । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଖାଲି ସେତିକି ନୁହେଁ ତାଙ୍କ ଫାୟାରିଂରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ନ୍ୟୁ ମେକ୍ସିକୋ ଠାରେ ଘଟିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଆମେରିକୀ ଆଇନ୍ ଶୃଙ୍ଖଳା ଅଧିକାରୀ । ତେବେ ଏହି ଅଘଟଣ ଦକ୍ଷିଣ-ପଶ୍ଚିମ ଆମେରିକୀ ରାଜ୍ୟରେ “Rust” ଶୁଟିଂ ସେଟ୍ ରେ ଘଟିଛି ।

ଶୁଟିଂ ସେଟ୍ ରେ ମୁଖ୍ୟ ଭୁମିକା ନିଭାଉଥିବା ଅଭିନେତା ଏଲେକ୍ ବାଲ୍ଡୱିନଙ୍କ ଦ୍ୱାରା ଏହା ଘଟିଛି । ଶୁଟିଂ କରୁଥିବା ସମୟରେ ହେଲିନା ହଚିନ୍ସ ଏବଂ ଜୋଏଲ୍ ସୁଜାଙ୍କୁ ଗୁଳି ବାଜିଛି । ଗୁଳି ବାଜିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪୨ ବର୍ଷୀୟ ହଚିନ୍ସଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେ ବଞ୍ଚିପାରିନଥିଲେ । ଅନ୍ୟପଟେ ନିର୍ଦ୍ଦେଶକ ସୁଜାଙ୍କର ଚିକିତ୍ସା ଏବେ ଜାରି ରହିଛି ।

ତେବେ ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇନାହିଁ । ଏହାର ଏବେ ତଦନ୍ତ ଜାରି ରହିଛି । ଏହି ମାମଲାରେ ଯାହା ସୂଚନା ରହିଛି ବାଲ୍ଡୱିନଙ୍କ ଦ୍ୱାରା ଭୁଲରେ ଗୁଳି ଚାଲିଯାଇଥିଲା । ତେବେ ଫିଲ୍ମ ଶୁଟିଂ ସେଟ୍ ରେ ସାଧାରଣତଃ ଅସ୍ତ୍ରଶସ୍ତ୍ରକୁ ବ୍ୟାନ୍ କରାଯାଇଛି । କିନ୍ତୁ ଦୁର୍ଘଟଣା ଅନେକ ସମୟରେ ଘଟୁଥିବା ଦେଖିବାକୁ ମିଳୁଛି ।

 

Get real time updates directly on you device, subscribe now.