fbpx

ବଦଳିଲା PM Kisan ଯୋଜନାର ନିୟମ, ବାଧ୍ୟତାମୂଳକ ହେଲା Ration Card

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ କିଷାନ) ନିୟମରେ ପରିବର୍ତ୍ତନ ହୋଇଛି । ଏଣିକି ଉପଭୋକ୍ତାଙ୍କ ପାଇଁ ରାଶନ କାର୍ଡ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଲାଗୁ ହେବା ପରେ ରାଶନ କାର୍ଡ ନମ୍ବର ବିନା ପଞ୍ଜୀକରଣ ହୋଇପାରିବ ନାହିଁ । ଡକ୍ୟୁମେଣ୍ଟକୁ ଏକ ପିଡିଏଫ୍ ଫାଇଲ ତିଆରି କରି ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ । ଏହା ଦ୍ୱାରା କିଷାନଙ୍କ ସମୟର ସୁଦୁପଯୋଗ ହୋଇପାରିବ । ଏଥିସହ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଓ ଘୋଷଣାପତ୍ରର ହାର୍ଡକପି ଆଉ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି ।

ପିଏମ୍ କିଷାନ ଯୋଜନାର ଫାଇଦା ନେବାକୁ ହେଲେ ଆପଣଙ୍କୁ ଆସନ୍ତା ୩୧ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ହେବ । ଯଦି ଆପଣ ଏବେ ଆବେଦନ କରନ୍ତି, ତେବେ ତାହା ଗ୍ରହଣଯୋଗ୍ୟ ହେବା ପରେ ନଭେମ୍ବରରେ ୨ ହଜାର ଓ ଡିସେମ୍ବରରେ ୨ ହଜାର ଟଙ୍କା ଟ୍ରାନ୍ସଫର ହେବ । ସରକାର ଲାଭାର୍ଥୀଙ୍କ ପାଇଁ ଏହି ଯୋଜନାରେ ଏକ ଆପ ମଧ୍ୟ ଲଞ୍ଚ କରିଛନ୍ତି । ତେବେ ପିଏମ କିଷାନ ଯୋଜନାର ୧୦ମ କିସ୍ତି ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରାପ୍ତ ହେବ ବୋଲି ଆଶା କରାଯାଉଛି । ଏହି କିସ୍ତିରେ ୨ ହଜାର ବଦଳରେ ୪ ହଜାର ଟ୍ରାନ୍ସଫର କରାଯିବ ବୋଲି ଶୁଣାଯାଉଛି । ମାତ୍ର ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସୂଚନାଯୋଗ୍ୟ ଯେ, ପିଏମ କିଷାନ ଯେଜାନାରେ ପ୍ରତ୍ୟେକ କିଷାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ବର୍ଷକୁ ମୋଟ ୬ ହଜାର ଟ୍ରାନ୍ସଫର କରାଯାଇଥାଏ । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧.୬ ଲକ୍ଷ କୋଟିରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯାଇ ସାରିଲାଣି ।

Get real time updates directly on you device, subscribe now.