fbpx

ଚୀନକୁ ପୁଣି ଫେରିଲା କରୋନା: ବିମାନ ସହିତ ସ୍କୁଲ ବନ୍ଦ, ଗୃହବନ୍ଦୀ ହେଲେ ଲୋକେ

ବିଜିଂଗ: ଚୀନରେ କରୋନାର ରିଟର୍ଣ୍ଣ ବିଶ୍ୱର ଚିନ୍ତା ବଢ଼ାଇଦେଇଛି । ସେଠାରେ ଲଗାତାର ଭାବେ ନୂଆ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କରୋନା ଯୋଗୁଁ ବିମାନ ସେବାକୁ ବନ୍ଦ କରାଯାଇଛି । ଅନେକ ସ୍ଥାନରେ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଲକଡାଉନ୍ ଲାଗୁ ହୋଇଛି ।

ତେବେ ଚୀନରେ ପ୍ରଥମେ କରୋନା ମହାମାରୀ ବ୍ୟାପିଥିଲା । ଏବେ ପୁଣିଥରେ ଚୀନ ସମସ୍ତଙ୍କ ଟେନସନ୍ ବଢ଼ାଇଦେଇଛି । ଚୀନର ଉତ୍ତର ଓ ଉତ୍ତର ପଶ୍ଚିମୀ ସହରରେ ସଂକ୍ରମଣ ତୀବ୍ର ଭାବେ ବଢ଼ିବାରେ ଲାଗିଛି । ବାହାରରୁ ଆସିଥିବା ଯାତ୍ରୀମାନଙ୍କ ଲିଷ୍ଟ ଚେକ୍ କରୁଛି ପ୍ରଶାସନ । ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇଛି ।

Get real time updates directly on you device, subscribe now.