fbpx

ମମିତା ମର୍ଡର୍ ମିଷ୍ଟ୍ରି: ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଯାହାର ଏହି ମାମଲା ସହିତ ସିଧାସଳଖ ଲିଙ୍କ ଥିବା କୁହାଯାଉଛି । ତେବେ ଏହି ସୁରାକ କୁ ନିଜେ ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୋଲିସ୍ କୁ ହସ୍ତାନ୍ତର କରିଛି । ରାଧେର ଖଟ ତଳେ ଥିବା ଏକ ବ୍ୟାଗ୍ କୁ ଦେଇଛନ୍ତି ତାଙ୍କ ସ୍ତ୍ରୀ ଆଶା । ତେବେ ଏହି ବ୍ୟାଗ୍ ରୁ ମିଳିଛି ୩ ହଳ ମହିଳା ଡ୍ରେସ୍ ଏବଂ ଗୋଟିଏ ମୋବାଇଲ୍, ଚାର୍ଜର୍ ଏବଂ କିଛି ମେଡିସିନ୍ । ବ୍ୟାଗ୍ ରୁ ମିଳିଥିବା ଏହି ମୋବାଇଲ୍ ମମିତାଙ୍କର ହୋଇଥିବା ସନ୍ଦେହ କରାଯାଉଛି । ତେବେ ସୁରାଗ ହସ୍ତାନ୍ତର କରିବା ସମୟରେ ଆଶା ଚଣ୍ଡୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ନିର୍ଦ୍ଦୋଶ । ତାଙ୍କ ପାଖରେ ଯାହା ବି ସୁରାଗ ଥିଲା ଦେଇଦେଇଛନ୍ତି ।

Get real time updates directly on you device, subscribe now.