fbpx

ସ୍ଲିମ୍ ହେବାକୁ ଯାଇ ଭୁଲରେ ବି ଛାଡନ୍ତୁ ନାହିଁ ଭାତ, ଏହା ଶରୀରକୁ ଦେଇଥାଏ ଚମତ୍କାରୀ ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ଓଜନ କମ୍ କରିବାକୁ ଯାଇ ଅନେକ ଏପରି ରହିଛନ୍ତି ଯେଉଁ ମାନେ ନିଜ ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଇବା ପିଇବାରେ ଅନେକ ପରିବର୍ତ୍ତନ କରିଥାନ୍ତି । ତେବେ ଓଜନ କମ୍ କରିବା ପାଇଁ ପ୍ରଥମେ ଭାତ ଖାଇବା ଛାଡ଼ି ଦେଇଥାନ୍ତି । ଲୋକମାନଙ୍କୁ ସାଧାରଣତଃ ଏହା ଲାଗେ ଯେ, ସେମାନେ ଭାତ ଖାଇବା ଛାଡ଼ିଦେଲେ ଓଜନ କମିଯିବ । ଭାତ ଖାଇବା ଦ୍ୱାରା ମୋଟାପଣ ବଢ଼ିଥାଏ । ହେଲେ କଣ ଅସଲରେ ଭାତ ମୋଟାପଣ ବଢ଼ାଇଥାଏ? କିନ୍ତୁ ନ୍ୟୁଟ୍ରିସନିଷ୍ଟ ମାନେ ଏପରି ଭାବନ୍ତି ନାହିଁ । ନିକଟରେ ଜଣେ ନ୍ୟୁଟ୍ରିସନିଷ୍ଟ ଭାତ ଖାଇବାର ଅନେକ ରୋଚକ ତଥ୍ୟ ସେୟାର୍ କରିଛନ୍ତି ।

ବାସ୍ତବରେ ଭାତ ନଖାଇବା ଦ୍ୱାରା ଶରୀରରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ହ୍ରାସ ପାଇଥାଏ ଏବଂ ବେମାରରେ ପଡ଼ିବାର ଆଶଙ୍କା ବଢ଼ିଯାଇଥାଏ । ଚାଉଳ ହେଉଛି ଏକ ପ୍ରୋବାୟୋଟିକ୍ । ଏହା କେବଳ ପେଟ ଫୁଲ୍ କରେନି ବରଂ ଶରୀରରେ ରହିଥିବା ଅନେକ ଉପକାରୀ ବ୍ୟାକ୍ଟେରିୟାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯେତେବେଳେ ଆପଣ ଭାତକୁ ଡାଲି, ଦହି, ଝିଅ, ମାଂସ ଆଦି ସହିତ ଖାଇଥାନ୍ତି ସେତେବେଳେ ଏହା ଆପଣଙ୍କ ରକ୍ତ ଓ ଶର୍କରା ସ୍ତରକୁ ସ୍ଥିର କରିବା କାମ କରିଥାଏ ।

ଭାତ ଖାଇବା ପରେ ଭଲ ନିଦ ଆସିଥାଏ ଏବଂ ହରମୋନ୍ ସନ୍ତୁଳନ ଭଲ ରହିଥାଏ । ଖାସ୍ କରି ଯୁବାବସ୍ଥା ଓ ପିଲାମାନଙ୍କ ଶରୀରି ବିକାଶ ପାଇଁ ଭାତ ଖାଇବା ନିହାତି ଜରୁରୀ । ଖାଲି ସେତିକି ନୁହେଁ ଭାତ ଖାଇବା ଦ୍ୱାରା ଶରକ୍କୁ ଅନେକ ପ୍ରକାର ଫାଇଦା ହୋଇଥାଏ । ଭାତ ସେବନ କରୁଥିବା ବ୍ୟକ୍ତି ଶୀଘ୍ର ବଢ଼ିଥାନ୍ତି ଓ ସେମାନଙ୍କର ଶରୀରର ବିକାଶ ମଧ୍ୟ ଜଲଦି ହୋଇଥାଏ ।

Get real time updates directly on you device, subscribe now.