fbpx

News across the Earth, news close to your heart, Read Odisha Bhaskar English

ଗୋବିନ୍ଦ ସହ ଅନ୍ୟ ଶିକ୍ଷୟିତ୍ରୀଙ୍କ ପରକୀୟା ପ୍ରୀତିର ଭିଡିଓ ଥିଲା ମମିତାଙ୍କ ପାଖରେ, ଭାଇରାଲ୍ ଧମକ ଯୋଗୁଁ କରାଯାଇଥିଲା ହତ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଗୋବିନ୍ଦକୁ ପୋଲିସ ରିମାଣ୍ଡରେ ଆଣିବା ପରେ ଆଜି ଭୋର ୪ଟାରୁ ସିନ୍ ରିକ୍ରିଏସନ୍ କରାଇଛି । ୨୦ରୁ ୨୫ ମିନିଟର ଏହି ଡେମୋରେ ମମିତାଙ୍କୁ ଗୋବିନ୍ଦ କିପରି ହତ୍ୟା କରିଥିଲା, ତାହାର ଡେମୋ ଦେଖାଇଥିଲା ।

ତେବେ ଜଣାପଡ଼ିଛି ଯେ, ମମିତାଙ୍କ ପାଖରେ ଗୋବିନ୍ଦର ପରକୀୟା ପ୍ରୀତିର ଭିଡିଓ ରହିଥିଲା । ମମିତା ଉକ୍ତ ଭିଡିଓକୁ ସର୍ବସମ୍ମୁଖକୁ ଆଣିବାକୁ ଧମକ ଦେବାରୁ ତାଙ୍କୁ ହତ୍ୟା କରାଯାଇଥିଲା । ସ୍କୁଲର ଅନ୍ୟ ଦୁଇଜଣ ଶିକ୍ଷୟିତ୍ରୀଙ୍କ ଖୁବ ନିକଟତର ହୋଇଥିଲା ଗୋବିନ୍ଦ । ଏପରିକି ମମିତାଙ୍କୁ ଅଧ୍ୟକ୍ଷା ପଦରୁ ହଟାଇବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା । ସ୍କୁଲର ହଷ୍ଟେଲକୁ ମୋବାଇଲ ବ୍ୟବହାର ନିଷେଧ ଥିଲେ ହେଁ କିଛି ଯୁବତୀ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ତେବେ ଇତିମଧ୍ୟରେ ଜଣେ ଶିକ୍ଷୟିତ୍ରୀଙ୍କ ସହ ଗୋବିନ୍ଦର ଅବୈଧ ସଂପର୍କର ଭିଡିଓ ମମିତାଙ୍କ ହାତରେ ପଡ଼ିଥିଲା । ଏହାକୁ ଭାଇରାଲ କରିବା ପାଇଁ ମମିତା ଗୋବିନ୍ଦକୁ ଧମକ ଦେଉଥିଲେ । ଉଭୟଙ୍କ ମଧ୍ୟରେ ଏହି ଘଟଣାକୁ ନେଇ କିଛି ମାସ ଧରି ବିବାଦ ଲାଗି ରହିଥିଲା । ଏପରିକି ଗତ ଜୁଲାଇ ମାସରେ ଦୁହିଁଙ୍କ ମଧ୍ୟରେ ଏନେଇ ପାଟିତୁଣ୍ଡ ହୋଇଥିଲା । ଗୋବିନ୍ଦକୁ ବର୍ବାଦ କରିଦେବେ ବୋଲି ମମିତା ଧମକ ଦେଇଥିଲେ । ବହୁତ ବୁଝାଇବା ପରେ ମମିତା ନ ବୁଝିବାରୁ ପ୍ରତିଶୋଧପରାୟଣ ହୋଇ ଗୋବିନ୍ଦ ମମିତାଙ୍କୁ ରାସ୍ତାକୁ ହଟାଇ ଦେଇଥିଲା ।

Get real time updates directly on you device, subscribe now.