fbpx

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ, ସୋନିଆଙ୍କୁ ଦେଲେ ଇସ୍ତଫାପତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଅତି ଦୁଃଖ ଓ କଷ୍ଟର ସହ ନିଷ୍ପତ୍ତି ନେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହ କାମ କରିବାକୁ ସୁଯୋଗ ଦେଇଥିବାରୁ କଂଗ୍ରେସକୁ ପ୍ରଦୀପ ଧନ୍ୟବାଦ ଦେଇଛନ୍ତି । ଏଥିପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଇସ୍ତଫା ଦେବା ପରେ ପ୍ରଦୀପ କହିଛନ୍ତି ଯେ, ‘କିଛି ଲୋକଙ୍କ ଯୋଗୁଁ କଂଗ୍ରେସ ଜନସମର୍ଥନ ହରାଉଛି । ଅତି ଦୁଃଖ ଓ କଷ୍ଟ ସହିତ ଦଳ ଛାଡୁଛି ।’

Get real time updates directly on you device, subscribe now.