fbpx

୨ ଦିନରୁ ଜଳୁଛି ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲ, ବିପଦରେ ମୂଲ୍ୟବାନ ଗଛ ଏବଂ ଜୀବଜନ୍ତୁ

ସୁନ୍ଦରଗଡ଼: ଅସହ୍ୟ ତାତି । ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏମିତିରେ ଦୁଇ ଦିନ ହେଲାଣି ଜଳୁଛି ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲ । ବରସୁଆଁ ବନାଞ୍ଚଳ ଅଧୀନ ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ବହୁ ମୂଲ୍ୟବାନ ଗଛ ଜଳିଯିବା ସହ ଅନେକ ଜୀବଜନ୍ତୁଙ୍କ ପ୍ରାଣ ବିପଦରେ । ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ ଅନେକ ଦୂରକୁ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି । ତେବେ ଦୁଇ ଦିନ ହେଲା ନିଆଁ ଲାଗିବା ଫଳରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡ଼ିକ ମଧ୍ୟ ଧୁଆଁମୟ ହୋଇଛି । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଅପରପକ୍ଷରେ ଗତ ୫ ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ଶିମିଳିପାଳ ଉତ୍ତର ଜୋନ୍ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ୨୨ଟି ଏବଂ ଦକ୍ଷିଣ ବନ୍ୟପ୍ରାଣି ବନଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଆଞ୍ଚଳିକ ମୂଖ୍ୟ ବନ୍ୟପ୍ରାଣି ସଂରକ୍ଷକ ସୂଚନା ଦେଇଛନ୍ତି । ଫାୟାର ସ୍କ୍ୱାଡ୍, ବନ କର୍ମଚାରୀ ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ହିଟ୍ୱେଭ୍ ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.